ଗତକାଲି ଅପରାହ୍ନରେ ଘର ପାଖରେ ଖେଳୁଥିବାବେଳେ 5 ବର୍ଷ ଶିଶୁକନ୍ୟାକୁ ସାପ କାମୁଡ଼ି ଦେଇଥିଲା । ଶିଶୁକୁ ତୁରନ୍ତ ରାଉରକେଲା ସରକାରୀ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଶିଶୁକନ୍ୟାର ମୃତଦେହ ଶବଗୃହରେ ରଖାଯାଇଥିଲା । ହେଲେ ଅନ୍ଧବିଶ୍ବାର ବଶବର୍ତ୍ତୀ ହୋଇ ମୃତ ଶିଶୁର ମାଆ ଝିଅ ଦେହରେ ଜୀବନ ଅଛି, 21 ଦିନ ପୂଜା ପାଠ କଲେ ସେ ବଞ୍ଚିଯିବ କହି ଶବ ଗୃହର ତାଲା ଭାଙ୍ଗି ମୃତ ଝିଅକୁ ଧରି ଘରେ ପହଞ୍ଚିଥିଲା ।
ପରେ ରଘୁନାଥପାଲି ପୋଲିସ ଘରେ ପହଞ୍ଚି ବୁଝାସୁଝା କରିଥିଲେ । ହେଲେ ଦୀର୍ଘ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ମୃତ ଶିଶୁକନ୍ୟା ବଞ୍ଚିଯିବ କହି ଜିଦରେ ଅଟଳ ରହିଛି ମାଆ ।
ଆହୁରି ପଢନ୍ତୁ ଓଡିଶା ଖବର...