ମନ୍ତ୍ରୀ ପଦ ଘୋଷଣା ପରେ ପ୍ରଥମ ଥର କରି କଳିଙ୍ଗ ଷ୍ଟାଡିୟମରେ ପହଁଚିଲେ ସୁରଜ । କ୍ରୀଡା ସଚିବ ଭିନିଲ କ୍ରୀଷ୍ଣାଙ୍କ ସହ କରୁଛନ୍ତି ଆଲୋଚନା ।
କ୍ରୀଡା ବିଭାଗର ସମୀକ୍ଷା କରୁଛନ୍ତି ସୂରଜ । କଳିଙ୍ଗ ଷ୍ଟାଡିୟମରେ ଆଜି ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବୈଠକରେ କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା, ପ୍ରମୁଖ ସଚିବ ଅରବିନ୍ଦ ଅଗ୍ରୱାଲ, ହକି ପ୍ରମୋସନ କାଉନସିଲ ଚେୟାରମ୍ୟାନ ଦିପାଙ୍କର ମହାପାତ୍ର ଓ ଯୁଗ୍ମ ସଚିବ ଉପସ୍ଥିତ ଅଛନ୍ତି । ବର୍ତ୍ତମାନ ସମୟରେ ରାଜ୍ୟରେ କ୍ରୀଡାକୁ ନେଇ କ'ଣ କ'ଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କିତ ବିଷୟ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ସୂର୍ଯ୍ୟବଂଶୀ ସୂରଜ ।
ଆହୁରି ପଢନ୍ତୁ ଓଡିଶା ଖବର...