ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଶିକ୍ଷୟତ୍ରୀଙ୍କୁ ଉଦ୍ଧାର କରି ଖଇରା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଭଦ୍ରକ ଓ ପରେ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଖବର ପାଇ ଖଇରା ପୋଲିସ ଉକ୍ତ ଟ୍ରକକୁ ଅଟକ ରଖିବା ସହିତ ତଦନ୍ତ ଜାରି କରିଛି। ଉକ୍ତ ଶିକ୍ଷୟିତ୍ରୀଙ୍କ ଘର ସୋର ଥାନା ଅଧିନ ରାଧାବଲ୍ଲଭପୁର ଗାଁରେ ହୋଇଥିବାବେଳେ ସେ ଖଇରାରେ ରହି ବାଘୁଆ ନୋଡ଼ାଲ ହାଇସ୍କୁଲରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିଲେ।
ଟ୍ରକ ଧକ୍କାରେ ଶିକ୍ଷୟିତ୍ରୀ ଗୁରୁତର

ଅର୍ଗସ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ସୋର-କୁପାରୀ ରାସ୍ତାର ତୁରାଣୀପଦା ଛକ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଆଜି ସକାଳ ସମୟରେ ଶିକ୍ଷୟିତ୍ରୀ ମନ୍ଦାକିନି ମଲ୍ଲିକ ସ୍କୁଟି ଯୋଗେ ବିଦ୍ୟାଳୟକୁ ଯାଉଥିବା ସମୟରେ ତୁରାଣୀପଦା ଛକ ନିକଟରେ ତାଙ୍କୁ ଏକ ଟ୍ରକ ଧକ୍କା ଦେବା ସହିତ ଶିକ୍ଷୟତ୍ରୀଙ୍କ ଡାହାଣ ହାତ ଉପରେ ଟ୍ରକର ଚକା ଚଢ଼ି ଯାଇଥିଲା।
Download Argus News App
