ଏଠାରେ କୋଭିଡ ନିୟମକୁ ଖୋଲାଖୋଲି ଭାବରେ କରାଯାଇଛି ଉଲଂଘନ। ପ୍ରଧାନ ଶିକ୍ଷକ ରାମହରି ପରମାଣିକ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଡାକି ଶ୍ରେଣୀ ଗୃହରେ କୋଭିଡ କଟକଣାକୁ ବେଖାତିର କରି ପାଠ ପଢ଼ାଉଛନ୍ତି। ଯେତେବେଳେ ସରକାର ରାଜ୍ୟର ସମସ୍ତ ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯିବା ପାଇଁ ନିର୍ଦ୍ଦେଶଜାରୀ କରିଛନ୍ତି, ସେଭଳି ସମୟରେ କାହାର ଅନୁମତି ନେଇ ଜଣେ ଦାୟିତ୍ବସମ୍ପନ୍ନ ଅଭିଜ୍ଞ ପ୍ରଧାନଶିକ୍ଷକ ଏଭଳି କାର୍ଯ୍ୟ କରୁଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି ।
କୋଭିଡ ନିୟମର ଉଲଂଘନ କଲେ ସରକାରୀ ବିଦ୍ୟାଳୟର ଶିକ୍ଷକ

ମୟୂରଭଞ୍ଜ : ସରକାରୀ ନିୟମକୁ ଫୁ । କୋଭିଡ ନିୟମର ଉଲଂଘନ କଲେ ସରକାରୀ ବିଦ୍ୟାଳୟର ଶିକ୍ଷକ। କରୋନାର 2ୟ ଲହରକୁ ଆଖି ଆଗରେ ରଖି19 ତାରିଖ ଠାରୁ ସରକାରୀ, ବେସରକାରୀ ବିଦ୍ୟାଳୟ ଗୁଡିକ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ମାତ୍ର ଏହାର ସମ୍ପୁର୍ଣ୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଶ୍ରୀ ଚୈତନ୍ୟଦେବ ସରକାରୀ ଉଚ୍ଚ ବିଦ୍ୟାଳୟରେ ।
Download Argus News App
