ସେହିପରି ରାଜ୍ୟରେ ରାତ୍ରୀକାଳୀନ ତାପମାତ୍ରା ସ୍ୱାଭାବିକଠାରୁ କମ ରହୁଛି । 20, 21 ତାରିଖରେ ସାମାନ୍ୟ ବର୍ଷା ହେବାକୁ ଥିବାବେଳେ ବର୍ଷା ପରେ ତାପମାତ୍ରା ଖସିବ ଓ ରାଜ୍ୟକୁ ଶୀତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ମିଳିଛି
ଭୁବନେଶ୍ୱର: ଦିନକୁ ଦିନ ତାପମାତ୍ରା କମିବା ସହିତ ବଢିବାରେ ଲାଗିଛି ଶୀତ । ଫଳରେ ରାଜଧାନୀରେ ଆଜି ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ କୁହୁଡି ଅନୁଭୁତ ହୋଇଥିବା ଦେଖିବାକୁ ମିଳିଛି । ବଙ୍ଗୋପସାଗର ତଥା ଓଡ଼ିଶା ଉପକୂଳ ଉପରେ ଏକ ଗୁରୁଚାପ ବଳୟ ରହୁଥିବା କାରଣରୁ 2ଦିନ ଯାଏଁ କୁହୁଡିର ପ୍ରଭାବ ରହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।
ସେହିପରି ରାଜ୍ୟରେ ରାତ୍ରୀକାଳୀନ ତାପମାତ୍ରା ସ୍ୱାଭାବିକଠାରୁ କମ ରହୁଛି । 20, 21 ତାରିଖରେ ସାମାନ୍ୟ ବର୍ଷା ହେବାକୁ ଥିବାବେଳେ ବର୍ଷା ପରେ ତାପମାତ୍ରା ଖସିବ ଓ ରାଜ୍ୟକୁ ଶୀତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ମିଳିଛି
ଭୁବନେଶ୍ୱର: କ୍ୟାନ୍ସରରେ ପୀଡ଼ିତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ । ବର୍ତ୍ତମାନ ଭେଣ୍ଟିଲେଟରରେ ଅଛନ୍ତି । ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ ।
ନିଜ କଣ୍ଠର ମିଠାପଣ ସହିତ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରନ୍ତି, ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଏବଂ ବିଭୁ ଚେତନା ସୃଷ୍ଟି କରେ ।
ସେ ଗାଇଥିବା ଭକ୍ତି ସଙ୍ଗୀତ ପ୍ରତି ଦେଶ ବିଦେଶରେ ଲୋକଙ୍କର ବେଶ୍ ଆଦର ରହିଛି । ତାଙ୍କ ଭଜନ ଓଡ଼ିଶାର କଳା, ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥଙ୍କ ସହ ଲୋକଙ୍କୁ ଯୋଡ଼ିବାରେ ସକ୍ଷମ ହୋଇପାରିଛି ।
ଆହୁରି ପଢନ୍ତୁ ଓଡିଶା ଖବର...