ସେହିପରି କୁଚିଣ୍ଡାରେ ରାଜେନ୍ଦ୍ର ଛତ୍ରିଆ ଓ ବୃନ୍ଦାବନ ମାଝୀ ବିଜେଡିରେ ସାମିଲ ହେବା ପରେ ବର୍ତ୍ତମାନର ବିଧାୟକ କିଶୋର ନାୟକଙ୍କ ଟିକେଟ କଟିବ ବୋଲି କୁହାଯାଉଛି । ସେହିପରି କାକଟପୁର ଓ କରଞ୍ଜିଆ ନିର୍ବାଚନୀ ମଣ୍ଡଳୀରେ ବିରୋଧୀଙ୍କ ରଣନୀତିକୁ ଦେଖି ବିଧାୟକ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ ଥିବା ତୁଷାର କାନ୍ତି ବେହେରା ଏବଂ ମହିଳା ଶିଶୁ ବିକାଶ ମନ୍ତ୍ରୀ ଥିବା ବାସନ୍ତୀ ହେମ୍ବ୍ରମଙ୍କୁ ବିଜେଡି ବଦଳାଇ ପାରେ ବୋଲି ଚର୍ଚ୍ଚା ହେଉଛି । ସେହିପରି କୋରେଇ ରେ ପ୍ରତ୍ୟେକ ଥର ନିର୍ବାଚନରେ ଦଳ ଚେହେରା ପରିବର୍ତ୍ତନ କରୁଥିବାରୁ ଏଥର ବି ବିଧାୟକ ଅଶୋକ ବଳଙ୍କୁ ପରିବର୍ତ୍ତନ କରିବ ବୋଲି ସ୍ପଷ୍ଟ ସଂକେତ ଦେଇସାରିଲାଣି ଦଳ । ତେବେ ବିଜେଡି ନେତା କହିଛନ୍ତି ଟିକେଟକୁ ନେଇ କୌଣସି ଟେନସନ ନାହିଁ ।
ସେପଟେ ଟିକେଟ ଘୋଷଣାରେ ବିଳମ୍ବ ହେଉଥିବାରୁ ନିର୍ବାଚନ ମଣ୍ଡଳୀ ଛାଡି ରାଜଧାନୀ ରେ ଡେରା ପକେଇଛନ୍ତି ନେତା ଓ କର୍ମୀ । ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ଜୟପୁର ଆସନ ପାଇଁ ଟିକେଟ ଘୋଷଣା ହୋଇ ନଥିବା ବେଳେ ବାରମ୍ବାର ଶଙ୍ଖ ଭବନ ଦୌଉଡୁଛନ୍ତି ବରିଷ୍ଠ ନେତା ରବି ନନ୍ଦ ଏବଂ ଆଶାୟୀ ଈଶ୍ବର ପାଣିଗ୍ରାହୀ । ଗତ ୧୩ ତାରିଖରେ ନିଜ ସମର୍ଥକ ମାନଙ୍କୁ ଧରି ଉଭୟ ନେତା ଶଙ୍ଖ ଭଵନ ଆସିଥିବା ବେଳେ ଆଜି ବି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେହିପରି ଭୋଗରାଇ ଆସନ ଲାଗି ପୁଅ ପାଇଁ ଲବି କରି ଆଜି ନିଜ ସମର୍ଥକଙ୍କୁ ଧରି ନବୀନ ନିବାସରେ ପହଁଚିଥିଲେ ବରିଷ୍ଠ ବିଧାୟକ ଅନନ୍ତ ଦାସ । ବର୍ତ୍ତମାନ ସୁଦ୍ଧା ୩୦ ଆସନରେ ବିଜେଡି କ୍ୟାଣ୍ଡେଟ ଦେବାକୁ ବାକି ଥିବା ବେଳେ ବାଲିକୁଦା, ବେଗୁନିଆ, ବରି, ବଡ଼ଚଣାରେ ଭଳି କିଛି ସ୍ଥାନରେ ଆମଦାନୀ ନେତା ଓ ଆଶାୟୀ ପ୍ରାଥିଙ୍କ ଟଣା ଓଟରାକୁ ନେଇ ବିଗିଡିଲାଣି ବିଜେଡି ଗଣିତ ।