ଚଳିତ ବର୍ଷ ଏହି ମେଳା ରେ 560 ଜଣ କାରିଗର ଓ ବୁଣାକାର ଏଥିରେ ଅଂଶ ଗ୍ରହଣ କରିଛନ୍ତି। ଭାରତ ସରକାର ଙ୍କ ହସ୍ତତନ୍ତ୍ର ଓ ବିକାଶ ଆୟୁକ୍ତ ଦ୍ବାରା 250 ଜଣ କାରିଗରଙ୍କ ଷ୍ଟଲ, ବିଭିନ୍ନ ରାଜ୍ୟ ର 50 ଜଣ ବୁଣାକାର ଙ୍କ ହସ୍ତତନ୍ତ୍ର ଷ୍ଟଲ ରହିଛି। ରାଜ୍ୟ ସରକାର ଙ୍କ ହସ୍ତତନ୍ତ୍ର ନିର୍ଦେଶାଳୟ ଦ୍ବାରା 150 ଜଣ କାରିଗର ଓ 110 ଜଣ ବୁଣାକାର ଙ୍କ ଷ୍ଟଲ ସ୍ଥାନିତ ହୋଇଛି।
ଏଥି ସହିତ 25 ଟି ଫୁଡ ଷ୍ଟଲ ସହିତ 5 ଗୋଟି ସରକାରୀ ଷ୍ଟଲ ରହିଛି। ପ୍ରତିଦିନ ମେଳା ଅପରାହ୍ନ2.30 ରୁ ରାତି 9.30 ଯାଏ ଚାଲିବ।ତୋଷାଳୀ ମେଳା ପୁଣି ଥରେ ଆରମ୍ଭ ହେଇଥିବାରୁ ରାଜଧାନୀ ବାସୀ ବେଶ ଖୁସି ହେବା ସହ ଷ୍ଟଲ ଗୁଡିକରେ ଭିଡ ଲଗାଇଥିବା ଦେଖିବାକୁ ମିଳିଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।