ସେହିପରି ସାଧାରଣ ସମ୍ପାଦକ ପଦ ପାଇଁ ସନ୍ତୋଷ ଦାସ ନିର୍ବାଚିତ ହୋଇଥିବା ବେଳେ ଅମରେଶ ଚନ୍ଦ୍ର ସ୍ବାଇଁ ଉପସଭାପତି ପଦରେ ବିଜୟୀ ହୋଇଛନ୍ତି । ମୋଟ 9 ଟି ପଦ ପାଇଁ ନିର୍ବାଚନ ହୋଇଥିବା ବେଳେ ଅମ୍ବିକା ପ୍ରସାଦ ଭଟ ଙ୍କ ଗୋଷ୍ଠୀ ସମସ୍ତ ପଦରେ ବିଜୟୀ ହୋଇଛନ୍ତି।
ଅର୍ଗସ ବ୍ୟୁରୋ: ଶେଷ ହୋଇଛି ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ର କର୍ମକର୍ତ୍ତା ନିର୍ବାଚନ। ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ର ସଭାପତି ଭାବେ ଦ୍ବିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି ଅମ୍ବିକା ପ୍ରସାଦ ଭଟ । ସେ 367 ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଭୁତି ପ୍ରସାଦ ଦାସ 236 ଖଣ୍ଡ ଭୋଟ ପାଇଛନ୍ତି ।
ସେହିପରି ସାଧାରଣ ସମ୍ପାଦକ ପଦ ପାଇଁ ସନ୍ତୋଷ ଦାସ ନିର୍ବାଚିତ ହୋଇଥିବା ବେଳେ ଅମରେଶ ଚନ୍ଦ୍ର ସ୍ବାଇଁ ଉପସଭାପତି ପଦରେ ବିଜୟୀ ହୋଇଛନ୍ତି । ମୋଟ 9 ଟି ପଦ ପାଇଁ ନିର୍ବାଚନ ହୋଇଥିବା ବେଳେ ଅମ୍ବିକା ପ୍ରସାଦ ଭଟ ଙ୍କ ଗୋଷ୍ଠୀ ସମସ୍ତ ପଦରେ ବିଜୟୀ ହୋଇଛନ୍ତି।
ଅର୍ଗସ ବ୍ୟୁରୋ: ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ଥର । ଖୋଲିଲା ହୀରାକୁଦ ଡ୍ୟାମ୍ର ଆଉ ୩ଟି ଗେଟ୍ । ମୋଟ ୧୦ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ । ବାମ ପାର୍ଶ୍ବରେ ୭ ଓ ଡାହାଣ ପାର୍ଶ୍ବରେ ୩ ଗେଟ୍ ଦେଇ ଜଳ ନିଷ୍କାସିତ କରାଯାଉଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ଥର ୬୨୯.୬୫ ଫୁଟ ରହିଛି। ପ୍ରତିସେକେଣ୍ଡରେ ୧ ଲକ୍ଷ ୧୬ ହଜାର ୦୮୮ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୫୪ ହଜାର ୨୦୭ କ୍ୟୁସେକ ଜଳ ନିଷ୍କାସନ ହେଉଛି। ଆଗକୁ ଜଳସ୍ଥର ବଢିଲେ ଆଉ ଗେଟ ଖୋଲାଯିବା ବୋଲି କୁହାଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ରାୟଗଡା: ବିଷମକଟକ ଥାନା ନିରଗୁଣ୍ଡି ଗ୍ରାମ ବାରବଖରା ଅଞ୍ଚଳର ନିଳଗିରି ତୁଟାରେ ଏକ ନର କଙ୍କାଳ ଠାବ କରିଛି ପୋଲିସ l ଏହି ନରକଙ୍କାଳ ନିରଗୁଣ୍ଡି ଗ୍ରାମର ସ୍ବାମ ମାଣ୍ଡିକାର ବୋଲି ପରିବାର ପକ୍ଷରୁ ଜଣାପଡିଛି l ତେବେ ସ୍ବାମ ମାଣ୍ଡିକା ବହୁଦିନ ହେବ ମାନସିକ ଅବସ୍ଥାରେ ଗାଁ ଗାଁ ବୁଲି ରହୁଥିଲା
l ଦିର୍ଘଦିନ ଧରି ନିଜଗ୍ରାମକୁ ଆଉ ଫେରିନଥିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିବାପରେ ଗତକାଲି ସନ୍ଧ୍ୟା ସମୟରେ ନିଳଗିରି ତୁଟାରେ ଏକ ନରକଙ୍କାଳ ଦେଖି ସ୍ବାମ ମାଣ୍ଡିକାର ବୋଲି ଜାଣିବାକୁ ପାଇ ଏହାର ଉପଯୁକ୍ତ ତଦନ୍ତ କରିବାପାଇଁ ବିଷମକଟକ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଆଜି ଘେଟଣାସ୍ଥଳରେ ପୋଲିସ ପହଞ୍ଚି ନର କଙ୍କାଳକୁ ଦେଖିବାପରେ ସାଇଣ୍ଟଫିକ୍ ଟିମ୍ କୁ ଖବର ଦେଇ ଘଟଣା ସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛି l ତେବେ ଯୁବକଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ନାନା ସନ୍ଧେହ ଜାରି ରହିଛି l
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ସଂକଳ୍ପ ସପ୍ତାହର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯକ୍ରମରେ ଦେଶର ବିଭିନ୍ନ ରାଜ୍ୟ ର ଅନେକ ଜିଲ୍ଳାର ସ୍ଥାନୀୟ କଳାକାର ଏବଂ ସାମାଜିକ କାର୍ଯ୍ୟରେ ଜଡିତ ବ୍ୟକ୍ତି ଏକତ୍ରିତ ହୋଇଥିଲେ। ଯେଉଁ ସ୍ଥାନରେ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ଏବଂ ବିଶ୍ୱ ନେତା ମାନେ ଯୋଗ ଦେଉଛନ୍ତି।
ସେହି ସ୍ଥାନରେ ତୃଣମୂଳ ସ୍ତରର ଲୋକମାନେ ଏକାଠି ହେବା ଏକ ଗୈାରବର ବିଷୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଦେଶର ଏହି ସ୍ତରର ଲୋକମାନଙ୍କର ଦେଶ ଗଠନ ଦିଗରେ ଭାଗିଦାରୀକୁ ସୁଦୃଢ କରିବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ସଂକଳ୍ପ ସପ୍ତାହ ରେ ଭାରତ ମଣ୍ଡପମରେ ବଡ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା।
ଅଧିକ ପଢ଼ନ୍ତୁ ଦେଶ ଖବର: