ଖବର ପାଇ ନୀଳଗିରି ରେଞ୍ଜର ପହଞ୍ଚି ଭାଲୁକୁ ଉଦ୍ଧାର କରିବା ସହ ପ୍ରାଣୀ ଚିକିତ୍ସକଙ୍କୁ ଡକାଇ ମୃତଦେହଟିର ପୋଷ୍ଟମର୍ଟମ କରିଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ରିପୋର୍ଟ ଆସିଲେ ଭାଲୁ ମୃତ୍ୟୁର କାରଣ ଜଣାପଡିବ ବୋଲି କୁହାଯାଇଛି ।
ବିଲରୁ ଭାଲୁର ମୃତଦେହ ଉଦ୍ଧାର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ଫୋରେଷ୍ଟ ରେଞ୍ଜରେ ଏକ ଭାଲୁର ମୃତ୍ୟୁ ହୋଇଛି । ପାଟଣାବିଟ ଅଧିନ ଗୁଜୁଡ଼ିହା ଅଞ୍ଚଳରୁ ଭାଲୁର ମୃତଦେହ ଉଦ୍ଧାର କରାଯାଇଛି । ବିଲ ମଝିରେ ପାଣିରେ ଭାଲୁର ମୃତଦେହ ପଡିଥିବା ଦେଖି ଗ୍ରାମବାସୀ । ଏହା ପରେ ଗ୍ରାମବାସୀମାନେ ବନବିଭାଗକୁ ଖବର ଦେଇଥିଲେ ।
Download Argus News App
