ଭୂବନେଶ୍ବର ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ବିଶ୍ଵଜୀତ ଦIଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଓଡିଶା ବନ୍ଦର ରାଜାଧାନୀରେ ବନ୍ଦର ରୂପରେଖ ଉପରେ ଆଲୋଚନା କରାଯାଇଥିଲା। ମମିତା ପରିବାରକୁ ନ୍ୟାୟ ଦେବାପାଇଁ ଓଡିଶା ବନ୍ଦ ଡାକରାକୁ ସଫଳ କରିବା ପାଇଁ ଉକ୍ତ ବୈଠକରେ ଯୋଗଦେଇଥିବା ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନି କୁମାର ମହାନ୍ତି, ସମ୍ପାଦକ ସୁବ୍ରତ ମହାପାତ୍ର ,ଜିଲ୍ଲା ମୁଖପାତ୍ର ସଞ୍ଜୀବ ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ମନୋରଞ୍ଜନ ଦଶ ,ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ,ମୋହନ ଜେନା, ଜିଲ୍ଳା କଂଗ୍ରେସ ଉପସଭାପତି ଆଶିଷ ମଲ୍ଲିକ, ଜୟକୃଷ୍ଣ ସୁବୁଧି ,ଶ୍ରୀମତୀ ଗୀତାଞ୍ଜଳି ମହାନ୍ତି , କୁସୁମ ପ୍ରଧାନ,ଚୈତାଳି ପଟ୍ଟନାୟକ, ପ୍ରଭାବତୀ ପଟ୍ଟନାୟକ,ପ୍ରସନ୍ନ ପରିଡା , ସମସ୍ତ ବ୍ଲକ ସଭାପତି ଅଶୋକ ଦାଶ , ମିହିର ଆଚାର୍ଯ୍ୟ, ଦେବରାଜ ମିଶ୍ର, ବ୍ରହ୍ମାନନ୍ଦ ସାହୂ, ଅନୱାର ଖାଁ, ଇନ୍ଦ୍ରଜିତ ପରିଡା,ସେକ ଆଫତାବ ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ବା ଉପାଦେୟ ପରାମର୍ଶ ଦେବା ପରେ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଛି।
ସଭା ପରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦାଶ ଜିଲ୍ଲା କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମମିତା ମେହେର ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ତଥା ଗୃହରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ସହ ତୁରନ୍ତ ଗିରଫ ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଓଡିଶା ବନ୍ଦ ଡାକରାକୁ ପୂର୍ଣ୍ଣ ମାତ୍ରାରେ ସଫଳ କରିବାକୁ ଭୁବନେଶ୍ୱରର ସବୁ ସ୍ଥାନରେ ଜୋରଦାର ଆନ୍ଦୋଳନ କରାଯିବ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରକାଶ କରିଥିଲେ।ଏହି ପରିପେକ୍ଷିରେ ଏହି ବନ୍ଦକୁ ସଫଳ କରିବା ପାଇଁ ଜନସାଧାରଣଙ୍କ ଅକୁଣ୍ଠ ସାହାଯ୍ୟ ସହଯୋଗ କାମନା ସହ ମମିତା ପରିବାର କୁ ନ୍ୟାୟ ଦେବା ପାଇଁ ଏହି ବନ୍ଦରେ ହୋଇ ବନ୍ଦକୁ ସମର୍ଥନ କରିବାକୁ ଆବାଳ ବୃଦ୍ଧବନିତାଙ୍କୁ ଆହ୍ୱାନ ଦେଇଛନ୍ତି ଶ୍ରୀଯୁକ୍ତ ଦାଶ। ମମିତା ମୃତ୍ୟୁ ମାମଲାରେ ଶୀଥିଳତା ପାଇଁ ୧୨ ତାରିଖ ସକାଳ ୬ ଘଟିକା ଠାରୁ ୧୨ ଘଟିକା ପର୍ଯ୍ୟନ୍ତ ୬ ଘଣ୍ଟିଆ ପ୍ରତୀକାତ୍ମକ ଓଡିଶା ବନ୍ଦ ଡାକରାର ଆବଶ୍ୟକତା କଣ ରହିଛି ତାହାକୁ ଉଲ୍ଲେଖ କରିଥିଲେ ଜିଲ୍ଲା କଂଗ୍ରେସ ମୁଖପାତ୍ର ସଂଜୀବ ମହାନ୍ତି।
ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ ମମିତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି। ସର୍ବଶେଷରେ ବ୍ଲକ ସଭାପତି ଅଶୋକ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।