ସେହିପରି ଚର୍ଚ୍ଚ ପରିସରରେ ଏକା ସମୟରେ ସର୍ବାଧିକ ୫୦ଜଣଙ୍କୁ ଧାର୍ମିକ ପରମ୍ପରା ପାଳନ ପାଇଁ ଅନୁମତି ଦିଆଯାଇଛି । ତେବେ ଏଥିପାଇଁ ସାମାଜିକ ଦୂରତା ଏବଂ କୋଭିଡ୍ ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ପର୍ବପାଳନ ସମୟରେ ଚର୍ଚ୍ଚ ପରିସରରେ ସମସ୍ତେ ମାସ୍କ ପରିଧାନ କରିବା ନେଇ ଚର୍ଚ୍ଚ କର୍ତୃପକ୍ଷ ନିଶ୍ଚିତ କରିବେ । ଚର୍ଚ୍ଚ ପରିସରରେ ହାତ ଧୋଇବା ବ୍ୟବସ୍ଥା କିମ୍ବା ହ୍ୟାଣ୍ଡ ସେନିଟାଇଜର ରଖିବା ବ୍ୟବସ୍ଥା କରିବେ ଚର୍ଚ୍ଚ କର୍ତୃପକ୍ଷ ।
ତେବେ କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତି, ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ୧୦ ବର୍ଷରୁ କମ ପିଲାଙ୍କୁ ଗୁଡ୍ ଫ୍ରାଇଡେ ପାଳନରୁ ବିରତ ରଖିବାକୁ ଏଥିରେ କୁହାଯାଇଛି ।