ଫଳରେ ସେଠାରେ ପର୍ଯ୍ୟଟନର ବିକାଶ ମଧ୍ୟ ହୋଇପାରିବ। ଏନେଇ ଖୁବ ଶୀଘ୍ର ସର୍ଭେ କରାଯିବ ବୋଲି ସୂଚନା ଦେଇଛନ୍ତି ଜଳସେଚନ ବିଭାଗର ମୁଖ୍ୟ ଅଧିକାରୀ। ହୀରାକୂଦ ଉପରମୁଣ୍ଡରେ ଛତିଶଗଡ଼ ବହୁ ଡ୍ୟାମ ଓ ବ୍ୟାରେଜ ନିର୍ମାଣ କରି ମହାନଦୀର ପାଣିକୁ ଅଟକାଇବା ଯୋଗୁଁ ଖରାଦିନେ ସଂପୂର୍ଣ୍ଣ ଶୁଖିଲା ପଡ଼ୁଛି ମହାନଦୀ। ତେବେ ଓଡ଼ିଶାରେ ହୀରାକୂଦ ବ୍ୟତୀତ କୌଣସି ଡ୍ୟାମ ନଥିବାରୁ ବର୍ଷାଦିନେ 52 ପ୍ରତିଶତ ପାଣି ବଙ୍ଗୋପସାଗରକୁ ବୋହିଆଉଛି। ଖରାଦିନ ପାଇଁ ଏହି ପାଣି ଗଚ୍ଛିତ କରିରଖିବା ଲାଗି 2018ରେ ହୀରାକୂଦ ତଳମୁଣ୍ଡରେ 7ଟି ବ୍ୟାରେଜ ନିର୍ମାଣ ଲାଗି ଘୋଷଣା କରିଥିଲେ ବିଜେଡି ସରକାର। ମହାନଦୀର ଗୋଧନେଶ୍ବର, ଦେଓଙ୍ଗା, କପାସିରା, ଖଇରମାଳ, ସୁବଳୟା, ମଣିଭଦ୍ରା, ମୁଣ୍ଡଳୀ ଆଦି 7 ଟି ସ୍ଥାନରେ ବ୍ୟାରେଜ ନିର୍ମାଣ କରିବାକୁ ବିଜେଡି ସରକାର ଘୋଷଣା କରିଥିଲେ।
କିନ୍ତୁ 6 ବର୍ଷ ଭିତରେ ବ୍ୟାରେଜ ପାଇଁ ମାଟି ଗାଣ୍ଡୁଏ ବି ପଡ଼ିଲା ନାହିଁ। ଅନ୍ୟପକ୍ଷରେ ମହାନଦୀକୁ ମା କହି ଖୁବ୍ ରାଜନୀତି କରିଥିଲା ବିଜେଡି। ତତକାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଛତିଶଗଡ଼ ସହ ଆପୋଷ ଆଲୋଚନା ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ କରିବାକୁ ବିଜେଡି ସରକାରଙ୍କୁ ବାରମ୍ବାର ପ୍ରସ୍ତାବ ଦେଇଥିଲେ ବି । ନବୀନ ସରକାର ତାହାକୁ ପ୍ରତ୍ୟାଖାନ କରିଥିଲେ। ଆଉ ଏବେ ସରକାରରୁ ବିଦା ହେବା ପରେ ବିଜେଡି କହୁଛି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯାଉ। ଏବେ ପ୍ରଶ୍ନ ଉଠୁଛି ସରକାରକୁ ଆସୁଆସୁ ମାସେ ଭିତରେ ଯଦି ବିଜେପି ସରକାର ମହାନଦୀରେ ବ୍ୟାରେଜ୍ ନିର୍ମାଣ ପାଇଁ ପଦକ୍ଷେପ ନେଇପାରୁଛନ୍ତି। 24 ବର୍ଷର ବିଜେଡି ସରକାର କାହା ସ୍ବାର୍ଥରେ ବ୍ୟାରେଜ ନିର୍ମାଣ ଘୋଷଣା କରି ହାତବାନ୍ଧି ବସିଥିଲେ ? ମହାନଦୀକୁ ମା ସମ୍ବୋଧନ ଥିଲା କି ବିଜେଡିର ଛଳନା ? ଏବେ ଧରାପଡ଼ିଯାଇଛି ବିଜୁ ଜନତା ଦଳର ମହାନଦୀକୁ ନେଇ ଦୋମୁହାଁ ଚରିତ୍ର।
ଅଧିକ ପଢନ୍ତୁ ଓଡିଶା ଖବର