ରୁଟ୍ ୫୦ ଏକ୍ସପ୍ରେସ୍: ଭୁବନେଶ୍ୱର ରେଳ ଷ୍ଟେସନ୍- ତାଳବଣିଆ ବସ୍ ଷ୍ଟାଣ୍ଡ୍
ରୁଟ୍ ୫୧ ଏକ୍ସପ୍ରେସ୍: ବରମୁଣ୍ଡା ବିଏସ୍ଏବିଟି - ତାଳବଣିଆ ବସ୍ ଷ୍ଟାଣ୍ଡ୍
ରୁଟ୍ ୫୩ ଏକ୍ସପ୍ରେସ୍ (ସଟଲ୍ ସର୍ଭିସ): ମାଳତିପାଟପୁର ବସ୍ ଷ୍ଟାଣ୍ଡ୍ - ତାଳବଣିଆ ବସ୍ ଷ୍ଟାଣ୍ଡ୍
ରୁଟ୍ ୫୪ ଏକ୍ସପ୍ରେସ: ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (ଏନ୍ଏଲ୍ୟୁ) କଟକ- ତାଳବଣିଆ ବସ୍ ଷ୍ଟାଣ୍ଡ୍
ରୁଟ୍ ୫୬ ଏକ୍ସପ୍ରେସ: ଖୋର୍ଦ୍ଧା - ତାଳବଣିଆ ବସ୍ ଷ୍ଟାଣ୍ଡ୍ (ଭାୟା ଜଟଣୀ)
ରୁଟ୍ ୫୭ ଏକ୍ସପ୍ରେସ: ତାଳବଣିଆ ବସ୍ ଷ୍ଟାଣ୍ଡ୍ - କାକଟପୁର,ପୁରୀ (ଭାୟା ନିୟୁ ମେରାଇନ୍ ଡ଼୍ରାଇଭ୍, କୋଣାର୍କ)
ରୁଟ୍ ୫୮ ଏକ୍ସପ୍ରେସ: ଜଗତପୁର, କଟକ - ତାଳବଣିଆ ବସ୍ ଷ୍ଟାଣ୍ଡ୍
ରୁଟ୍ ୫୯ ଏକ୍ସପ୍ରେସ: ମହାନଦୀ ବିହାର, କଟକ - ତାଳବଣିଆ ବସ୍ ଷ୍ଟାଣ୍ଡ୍
ଶ୍ରଦ୍ଧାଳୁମାନେ ପ୍ରଭୁ ଜଗନ୍ନାଥ ଧାମକୁ ଏସି ବସ୍ ଫ୍ଲାଟ୍ ୧୦୦ ଟଙ୍କା, ନନ୍ ଏସି ୮୦ ଟଙ୍କା, ସଟଲ୍ ବସ୍ ସେବା ଫ୍ଲାଟ୍ ୨୦ ଟଙ୍କା ଟିକେଟ୍ ମୂଲ୍ୟରେ ଯାତାଯତ କରିପାରିବେ ।
ଏଇ(ଏୟାର୍ପୋର୍ଟ ଏକ୍ସପେସ୍)୧, ଏଇ୨, ୫୨, ୬୦ ଏବଂ ୬୧ ନମ୍ବର ରୁଟ୍ ଗୁଡ଼ିକରେ ୭ ରୁ ୯ ଜୁଲାଇ ଏବଂ ୧୫ରୁ ୧୭ ଜୁଲାଇ ପର୍ଯ୍ୟନ୍ତ କ୍ରୁଟ୍ ବସ୍ ସେବା ସ୍ଥଗିତ ରହିବ । କିନ୍ତୁ ୧୦ରୁ ୧୪ ତାରିଖ ମଧ୍ୟରେ ପୂର୍ବଭଳି ରୁଟ୍ ଗୁଡ଼ିକରେ ବସ୍ ଚାଲୁ ରହିବ ।
ଏହାଦ୍ୱାରା ଶ୍ରଦ୍ଧାଳୁମାନେ ସୁବିଧାରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ । ଯାତ୍ରୀମାନଙ୍କ ଯାତାୟତ ନିମନ୍ତେ କ୍ରୁଟ୍ ବସ୍ ନିୟମିତ ବ୍ୟବଧାନରେ ଦିନ ତମାମ ଚାଲୁ ରହିବ । ଏହି ସ୍ୱତନ୍ତ୍ର ବସ୍ ସେବା ଏବଂ ସମୟ ସୂଚୀ ବିଷୟରେ କ୍ରୁଟ୍ ସାମାଜିକ ଗଣମାଧ୍ୟମରୁ ଅଧିକ ସୂଚନା ପାଇପାରିବେ ।
ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ନିମନ୍ତେ କରାଯିବ ସ୍ବତନ୍ତ୍ର ବ୍ୟବସ୍ଥା