କେନ୍ଦ୍ରୀୟ ଟିମର ତଦନ୍ତ ଦସ୍ତାବିଜ୍ ଆଧାରରେ ଏହି ଦୁର୍ନୀତି ସାମ୍ନାକୁ ଆସିବା ପରେ ରାଜ୍ୟସରକାରଙ୍କ ବିରୋଧରେ ତୀବ୍ର ହୋଇଛି ବିଜେପିର ସ୍ବର। ମୁଣ୍ଡ ଉପରେ ପକ୍କାଘର, ବନ୍ୟା ବାତ୍ୟାକୁ ନାହିଁ ଡରର ସ୍ଲୋଗାନରେ କେତେ ବାସ୍ତବତା ତାହା କେନ୍ଦ୍ରୀୟ ଟିମର ତଦନ୍ତ ଦସ୍ତାବିଜରେ ରାଜ୍ୟ ସରକାରଙ୍କ ମିଛକୁ ଧରା ପକାଇଛି। ଆଉ ପଦାରେ ପଡ଼ିଛି ରାଜ୍ୟ ସରକାରଙ୍କ ପକ୍କାଘର ବାହାସ୍ପୋଟର ଗୁମର। ଯାହାକୁ ନେଇ ଆଜିଠୁ ରାଜ୍ୟର ସମସ୍ତ ବ୍ଲକରେ ଆନ୍ଦୋଳନକୁ ଓହ୍ଲାଇବ ବିଜେପି।
ଅର୍ଗସ ବ୍ୟୁରୋ: ଆବାସ ଯୋଜନାରେ କେଳେଙ୍କାରୀଙ୍କୁ ନେଇ ବିଜେପିର ରଣହୁଙ୍କାର। ଆଜିଠୁ ୩ଦିନ ଧରି ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବ ଦଳ। ଆବାସ ଯୋଜନାରେ ହୋଇଛି ୧ହଜାର କୋଟିର ମହାଘୋଟାଲା। ଗରିବ ହିତାଧିକାରୀଙ୍କ ସହ ଧୋକ୍କା କରିଛନ୍ତି ରାଜ୍ୟସରକାର।

ଅର୍ଗସ ବ୍ୟୁରୋ : ଆଜି ବାହାରିବ +୨ କଳା ପରୀକ୍ଷା ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ । ଆଜି ଅପରାହ୍ନ ୪ଟାରେ ରେଜଲ୍ଟ ପ୍ରକାଶ ନେଇ ସିଏଚ୍ଏସ୍ଇ ସୂଚନା ଦେଇଛି । ପରୀକ୍ଷାର୍ଥୀମାନେ www.orissaresults.nic.in ମାଧ୍ୟମରେ ସେମାନଙ୍କ ପରୀକ୍ଷା ଫଳ ପାଇପାରିବେ । ଏଥିସହ ସାମ୍ସ କଲେଜ ଇ-ସ୍ପେସ୍ରେ ମଧ୍ୟ ପରୀକ୍ଷା ଫଳ ଉପଲବ୍ଧ ହେବ ।
ଅଧିକ ପଢନ୍ତୁ : ଆସନ୍ତା କାଲି ପ୍ରକାଶ ପାଇବ +2 କଳା ଓ ଧନ୍ଦାମୂଳକ ଶିକ୍ଷା
କଳାରେ ୨ ଲକ୍ଷ ୩୩ ହଜାର ୮୫୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଥିଲେ ୫୦୮୮ ଜଣ ଛାତ୍ରଛାତ୍ରୀ । ମାର୍ଚ୍ଚ ୧ରୁ ଏପ୍ରିଲ ୫ ମଧ୍ୟରେ ହୋଇଥିଲା ପରୀକ୍ଷା । ତେବେ କାଲି ଅପରାହ୍ନରେ ସିଏଚ୍ଏସ୍ଇ ୱେବସାଇଟ୍ରେ ଉପଲବ୍ଧ ହେବ ପରୀକ୍ଷା ଫଳ ।

ଅର୍ଗସ ବ୍ୟୁରୋ : ଆତଙ୍କୀସ୍ତାନ ପାକିସ୍ତାନ । ନିଜର ଷଡଯନ୍ତ୍ର ଓ ଆତଙ୍କୀ କାର୍ଯ୍ୟକଳାପକୁ ନେଇ ଯେତିକି ବିବାଦୀୟ ଥାଏ ଏବେ ନିଜର ଦାରିଦ୍ର୍ୟତାକୁ ନେଇ ସେତିକି ଚର୍ଚ୍ଚାରେ । ଖାଇବା ମୁଣ୍ଡାଏ ପାଇଁ ମାଡପିଟ୍ । ସବୁର ଦର ଆକାଶ ଛୁଆଁ । ସଂକ୍ଷେପରେ ଏକ କାଙ୍ଗାଳ ରାଷ୍ଟ୍ର । କିନ୍ତୁ ଏସବୁ ଭିତରେ ସାମ୍ନାକୁ ଆସିଛି ପାକିସ୍ତାନର ଆଉ ଏକ ନୂଆ ଚାଲ୍ । ଚର୍ଚ୍ଚା ହେଉଛି ଦାରିଦ୍ର୍ୟତା ଦୂର କରିବା ଲାଗି ମୁସ୍ଲମାନ୍ ରାଷ୍ଟ୍ର ତୁର୍କି ଓ ସାଉଦି ଆରବକୁ ପାକିସ୍ତାନ ବିକିବ ନ୍ୟୁକ୍ଲିୟର ବମ୍ । ଏକଥା ଆମେ କହୁନୁ ଏକଥା ନିଜେ ଟ୍ବିଟର୍ ମାଧ୍ୟମରେ କହିଛନ୍ତି ପାକିସ୍ତାନର ଲାଲଟୋପି ଜାଇଦ ହମିଦ । ଭାରତ ବିରୋଧରେ ଅନେକ ସମୟରେ ବିଷାକ୍ତ ତଥା ଉତ୍ତେଜନାମୂଳକ ମନ୍ତବ୍ୟ ଦେଉଥିବା ଜାଇଦ ହମିଦ ଏକ ଭିଡିଓ ଜାରି କରି କହିଛନ୍ତି ଯେ ଯଦି ଆମେ ସାଉଦି ଆରବକୁ ପାଞ୍ଚଟି ପରମାଣୁ ବୋମା ଦେବୁ, ତେବେ ସେ ଆମକୁ ଘଣ୍ଟାରେ ୨୫ ବିଲିୟନ ଡଲାର ଦେବ । ସେପଟେ ତୁର୍କୀ ପାଞ୍ଚଟି ଆଣବିକ ବୋମା ବଦଳରେ କୋଡିଏ ବିଲିୟନ ଡଲାର ଦେବ। ସେ କହିଛନ୍ତି ଯେ ଆମେ ଆଣବିକ ଅଣ ପ୍ରସାରଣ ଚୁକ୍ତି (NPT) କିମ୍ବା CTBT ସ୍ୱାକ୍ଷର କରିନାହୁଁ । ଆମେ ସମଗ୍ର ବିଶ୍ୱରୁ ଟେକ୍ନୋଲୋଜି ଚୋରି କରି ପରମାଣୁ ବୋମା ତିଆରି କରିଛୁ । ଆଣବିକ ବୋମା ରପ୍ତାନି କରିବା ଆମର ସରକାରୀ ନୀତି କରିବା ଉଚିତ୍।ଯଦି ପାକିସ୍ତାନ ଏହା କରେ ତେବେ ଆମ ଦେଶ ଉପରେ ଆକ୍ରମଣ କରିବାକୁ କାହାର ସାହସ ନାହିଁ ।
ଅଧିକ ପଢନ୍ତୁ ବିଦେଶ ଖବର
ଭାଇରାଲ ହେଉଛି ISIଙ୍କ ପାଖଲୋକ ଜାଇଦ୍ ହମିଦଙ୍କ ଟ୍ବିଟ୍ । ପାକିସ୍ତାକୁ କାଙ୍ଗାଳ ଅବସ୍ଥାରୁ ହଟାଇବା ପାଇଁ ନୂଆ ଚାଲାକି । ଋଣ ସୁଝିବା ଦରକାର ନାହିଁ । ପରମାଣୁ ବୋମା ବିକ୍ରି କର । ଜାଇଦ୍ ହମିଦ କହିଛନ୍ତି ଆମେରିକା ଏବଂ ୟୁରୋପ ରାଗିବେ ହେବ ବୋଲି ପାକିସ୍ତାନ ଭୟ କରୁଛି । ପାକିସ୍ତାନ ଉପରେ ପ୍ରତିବନ୍ଧକ ଲଗାଯିବ । ଏହା ଆମ ଭିତରେ ଥିବା ଭୟ ଏବଂ ସେଥିପାଇଁ ଆମେ ଏହା କରୁନାହୁଁ । ସେ ଉତ୍ତର କୋରିଆର ଉଦାହରଣ ଦେଇ କହିଛନ୍ତି ଯେ କୌଣସି ଦେଶ ଏହାକୁ ବାରଣ କରିପାରିବେ ନାହିଁ । ଏବଂ ସବୁଠାରୁ ବଡ କଥା ହେଲା ଇଏ ହେଲେ ସେହି ଜାୟଦ ହମିଦ ଯାହାକୁ କାରରୁ ଘୋଷାଡି ଇମ୍ରାନଙ୍କ ସମର୍ଥକ ମାନେ ମାଡ ମାରିଥିଲେ ।
ଚିନ୍ତାରେ ଆତଙ୍କିସ୍ତାନ । ଦାରିଦ୍ର୍ୟତା କମୁନି । ବିବାଦ ବଢୁଛି । ରାଜେନୈତିକ ସ୍ଥିତିର ଅସ୍ଥିରତା ବିଷୟରେ ତ ନକହିବା ଭଲ । ଏସବୁ ଭିତରେ ଏବେ ଲାଲଟୋପି ଜାଏଦ ହମିଦଙ୍କ ଏଭଳି ବୟାନ ପାକିସ୍ତାନରେ ନୂଆ ହଲଚଲ ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି ।

ଅର୍ଗସ ବ୍ୟୁରୋ : ହାୱଡା ପଟୁ ଗଡ଼ିଲା କରମଣ୍ଡଳ । ଶୁକ୍ରବାର ଦୁର୍ଘଟଣା ପରେ ପ୍ରଥମ ଥର ଗଡି଼ଲା କରମଣ୍ଡଳ । ବାହାନଗା ବଜାର ଷ୍ଟେସନ ଦେଇ ଅତିକ୍ରମ କରିଛି କରମଣ୍ଡଳ । ପଶ୍ଚିମବଙ୍ଗ ସାଲିମାରରୁ ଯାତ୍ରୀଙ୍କୁ ନେଇ ଚେନ୍ନାଇ ଯାଇଛି ଟ୍ରେନ । ବାହାନଗା ଦୁର୍ଘଟଣା ପରେ ପୁଣି ଥରେ ଗଡି଼ଲା କରମଣ୍ଡଳ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
