ସେହିପରି ଏହି ଐତିହାସିକ ଶ୍ରୀରାମ ନବମୀରେ ନଗର ସଂକ୍ରିତନ ଅନୁଷ୍ଠିତ ହେବ । ଏହି ନଗର ସଂକ୍ରିତନରେ ବିଭିନ୍ନ ସ୍ଥାନରୁ 75 ରୁ ଉର୍ଦ୍ଧ ସୁସଜିତ ଶ୍ରୀରାମ ମେଢ଼ ସ୍ଥାନୀୟ ନେହୁରୁ ଷ୍ଟାଡିୟମରୁ ବାହାରି 12 କିଲୋମିଟର ଧରି ସହର ପରିକ୍ରମା କରିବ। ଏହାକୁ ଦେଖିବା ପାଇଁ ଲକ୍ଷାଧିକ ଶ୍ରୀରାମ ଭକ୍ତ ମାନେ ସାମିଲ ହେବେ । ଯାହାକୁ ନେଇ ଶ୍ରୀରାମ ମହାଯଜ୍ଞ ସମିତି, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ପୋଲିସ ପ୍ରଶାସନ ପକ୍ଷରୁ ସହର ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯିବା ସହ ସମ୍ବେଦନଶୀଳ ମାନଙ୍କରେ 76 ଟି ସିସିଟିଭିର କ୍ୟାମେରା ଲଗାଯାଇଛି । ବିଶେଷକରି ସୋସିଆଲ ମିଡ଼ିଆ ଉପରେ ନଜର ରଖାଯାଇଛି । ଏହି ନଗର ସଂକ୍ରିତନକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ସହରରେ ଆଇଜି, ଏସପିଙ୍କ ସମେତ 2 ଜଣ ଅତିରିକ୍ତ ଏସପି, 25 ଜଣ ଇନସିପେକ୍ଟର 100 ରୁ ଉର୍ଦ୍ଧ ଏଏସଆଇ,35 ପ୍ଲାଟୁନ ପୋଲିସ ଫୋର୍ସ ସମେତ 8 ଟି ଡ୍ରୋନ କ୍ୟାମେରାର ବ୍ୟବସ୍ଥା କରାଯାଇଛି । ଶ୍ରୀରାମ ନବମୀର ବିଶାଳ ମେଢ଼ ଶୋଭାଯାତ୍ରାରେ ଲକ୍ଷାଧିକ ଶ୍ରୀରାମ ଭକ୍ତ ଙ୍କ ସମାଗମ କୁ ନେଇ ଉତ୍ସବ ମୁଖର ହୋଇଛି ଭଦ୍ରକ ସହର ।