ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
ଅର୍ଗସ ବ୍ୟୁରୋ: ପୂର୍ବ ବିଜେଡି ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । BNS ଜାଗୃତିକରଣ କାର୍ଯ୍ୟକ୍ରମରେ ମହିଳା ବିରୋଧୀ ଅପରାଧ ପ୍ରସଙ୍ଗରେ ପୂର୍ବ ସରକାର ଏବଂ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ରାଜ୍ୟରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ବିଧାନ ହାର ଏକ ଅଙ୍କ । NCRB ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ବିଧାନ ହାର ମାତ୍ର 9.3 ପ୍ରତିଶତ, ଯାହା ଲଜ୍ୟା ଜନକ ସ୍ଥିତିରେ ଅଛି । 24 ବର୍ଷ ଧରି ଶାସନ କରିଥିବା ମୁଖ୍ୟମନ୍ତ୍ରୀ ଯାହାଙ୍କ ପାଖରେ ଗୃହ ବିଭାଗ ଥିଲା । ସେ ଏହି କଥାକୁ ଜାଣି ପାରୁନଥିଲେ । କିନ୍ତୁ ସବୁଠି ମହିଳା ସଶକ୍ତିକରଣ କଥା କହୁଥିଲେ । ଏହାକୁ ତ୍ବରିତ ପ୍ରକ୍ରିୟାରେ ବୃଦ୍ଧି କରାଯିବ, ଆମ ସରକାର ଏହାକୁ ଗୁରୁତର ସହ ବିଚାରକୁ ନେଉଛନ୍ତି । ଲଜ୍ଜାଜନକ ପରିସ୍ଥିତି ପାଇଁ 2ଟି କାରଣ ରହିଛି । ଖାମଖିଆଲି ଢଙ୍ଗରେ ତଦନ୍ତ କରିବା, ଆଉ ଯଦି ପୁଣି ଚାପ ପଡ଼ିଲା ତାହେଲେ ମାମଲା ହେବ ନାହିଁ । ଦ୍ବିତୀୟଟି ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...