ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ସୁନୀଲ ଶର୍ମା ଏଭଳି ଅସାମ୍ବିଧାନିକ ପଦକ୍ଷେପକୁ ଦୃଢ ନିନ୍ଦା କରିଥିଲେ । ଏହା ଦ୍ବାରା ଗୃହର ଗରିମା ନଷ୍ଟ ହେଉଥିବା କହିଥିଲେ । ବିଜେପିର ପ୍ରତିବାଦ ସତ୍ତ୍ବେ ପ୍ଲାକାର୍ଡ ନ ହଟାଇବାରୁ ଗୃହରେ ଶାସକ ଓ ବିରୋଧୀ ସଦସ୍ୟ ମୁହାଁମୁହିଁ ହୋଇଥିଲେ ।
ଅର୍ଗସ ବ୍ୟୁରୋ: ଜମ୍ମୁ ଓ କାଶ୍ମୀର ବିଧାନସଭାରେ ହାଇଡ୍ରାମା। ଧାରା ୩୭୦କୁ ନେଇ ଶାସକ ଓ ବିରୋଧୀ ଦଳ ସଦସ୍ୟ ମୁହାଁମୁହିଁ । ଧାରା ୩୭୦କୁ ପୁଣି ଥରେ ଜମ୍ମୁ ଓ କାଶ୍ମୀରରେ ଲାଗୁ କରିବା ପାଇଁ ଆଓ୍ବାମୀ ଇତେହାଦ ପାର୍ଟି ବିଧାୟକ ଗୃହରେ ଦାବି କରିବା ସହ ପ୍ଲାକାର୍ଡ ଦେଖାଇଥିଲେ । ଏହାକୁ ବିଜେପି ବିଧାୟକ ମାନେ ପ୍ରବଳ ବିରୋଧ କରିଥିଲେ । ବିଜେପି ସଦସ୍ୟ ମାନେ ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ କରିଥିଲେ ।