ବିଭିନ୍ନ ପ୍ରକାର ସ୍ପେକୁଲେସନ ହେଉଛି । ସରକାରୀ ଦଳର ନେତା, ମନ୍ତ୍ରୀ ସଂପୃକ୍ତ ଥିବା ଅଭିଯୋଗ ହେଉଛି । ବିଭିନ୍ନ ପ୍ରକାର ଫୋଟୋ ବାହାରୁଛି । ବ୍ୟବସାୟୀଙ୍କ ସହ ଫୋଟ ବାହାରୁଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଚୁପ୍ ରହିଛନ୍ତି । କିଛି ପ୍ରତିକ୍ରିୟା ଦେଉନାହାନ୍ତି । ଏଥିରୁ ଜଣାଯାଇଛି ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡାଇବା ପାଇଁ ଚାହୁଁଛନ୍ତି ।ତାଙ୍କ ନିଜ ପୋଲିସ ମଧ୍ୟ ଠିକରେ ଅନୁସନ୍ଧାନ କରୁନି । ଜନସାଧାରଣ ଜାଣିବା ପାଇଁ ନା ପୋଲିସ କିଛି କହୁଛି ନା ଇଡି କିଛି କହୁଛି । ବର୍ତ୍ତମାନ ସୁଦ୍ଧା ଇଡି ଯାହା କରୁଛି ଠିକ୍ କଲା ଭଳି ମୋତେ ଲାଗୁଛି ।
କିନ୍ତୁ ସନ୍ଦେହ ହେଉଛି ଚିଟଫଣ୍ଡ ମାମଲାରେ ସିବିଆଇ ଯେମିତି ମୁଖ୍ୟମନ୍ତ୍ରୀଙ୍କ ଗେଟରୁ ଫେରିଗଲା, ସେମିତି ତଦନ୍ତ ନହେଉ । ଆମେ ଦାବି କରୁଛୁ ଏଭଳି ମୁଖ୍ୟମନ୍ତ୍ରୀ ଶାସନରେ ରହିବାର ନୈତିକତା ନାହିଁ । ତେଣୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ।