ପୌରାଣୀକ ଆକ୍ଷାନ ଶ୍ରୀମଦଭାଗବତର ଦଶମ ସ୍କନ୍ଧରେ ବିସ୍ତୃତ ବର୍ଣ୍ଣନା ରହିଅଛି । ଯମୁନା ନଦୀ କୂଳରେ ଶ୍ରୀବଳଭଦ୍ର ଓ ଶ୍ରୀକୃଷ୍ଣଙ୍କର ଗୋପାଳ ବାଳକଙ୍କ ସହ ଖେଳୁଥାନ୍ତି। ଖେଳର ସର୍ତ ଥାଏ ଯିଏ ହାରିବ ସିଏ ଜିତିବା ବାଳକୁ କାନ୍ଧରେ ବସାଇ ବୁଲାଇବ । ଏହି କଥାକୁ ଛଦ୍ମବେଶୀ ପ୍ରଳମ୍ବାସୁର ଜାଣିନିଏ। ଏବଂ ବଳରାମଙ୍କର ଯୁଦ୍ଧ କରି ଜାଣିଜାଣି ହାରିଯାଏ। ସର୍ତ୍ତ ମୁତାବକ ପ୍ରଳମ୍ବା ବଳରାମଙ୍କୁ ସ୍କନ୍ଧରେ ବହନ କରି ନିର୍ଦ୍ଧିଷ୍ଟ ସ୍ଥଳକୁ ଯିବା ପରିବର୍ତ୍ତେ ଦ୍ରୁତ ଗତିରେ ଆକାଶ ମାର୍ଗରେ ଗତିକରେ । ଏହି ସମୟରେ ଭଗବାନ ବଳଭଦ୍ର ଅସୁରର ମାୟା ଜାଣି ତାର ମଥାକୁ ମୁଥଟିଏ ମାରନ୍ତି। ଯେଉଁଥିରେ ପ୍ରଳମ୍ବା ନିହତ ହୋଇ ବୈକୁଣ୍ଠ ପ୍ରାପ୍ତି ହୁଅନ୍ତି।
ଶ୍ରୀମନ୍ଦିରରେ ଅନୁଷ୍ଠିତ ଶ୍ରୀ ବଳଭଦ୍ରଙ୍କ ବେଶ

ଅର୍ଗସ୍ ବ୍ୟୁରୋ: ଭାଦ୍ରବ କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥି ଦିନ ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ରଦେବଙ୍କର ପ୍ରଳମ୍ବାସୁରବଧ ବେଶ ଅନୁଷ୍ଠିତ ହୋଇଥାଏ । ମଧ୍ୟାହ୍ନ ଧୂପ ପରେ ଏହି ବେଶ ହୋଇଥାଏ । ଶ୍ରୀମନ୍ଦିରରେ ବଳଭଦ୍ର ମହାପ୍ରଭୁଙ୍କୁ ସମର୍କିତ ଦୁଇଟି ପ୍ରମୁଖ ବେଶ ମଧ୍ୟରୁ ଏହା ଗୋଟିଏ। ପ୍ରଳମ୍ବାସୁର ବଧ ବେଶ ଦିନ ଜଗନ୍ନାଥ ଓ ସୁଭଦ୍ରା ସାଧାରଣ ବେଶରେ ବିରାଜମାନ କରିଥାନ୍ତି । କେବଳ ବଳଭଦ୍ରଙ୍କୁ ପ୍ରଳମ୍ବାସୁର ବଧ ବେଶରେ ଭୂଷିତ କରାଯାଏ । ଏକ କାଷ୍ଠ ନିର୍ମିତ ପ୍ରଳମ୍ବାସୁର ମୂର୍ତ୍ତି ରତ୍ନ ସିଂହାସନସ୍ଥ ବଳଭଦ୍ରଙ୍କ ନିମ୍ନଭାଗରେ ସଜାଯାଏ । ସେ ଅସୁରର ସ୍କନ୍ଧ ଏବଂ ଦୁଇ ଭୁଜରେ ବଳଭଦ୍ର ବସିଥିବା ଭଳି ଦୃଶ୍ୟ ଏ ବେଶରୁ ସ୍ପଷ୍ଟ ହୁଏ ।
Download Argus News App
