ଅର୍ଗସ ବ୍ୟୁରୋ:ମାଲକାନଗିରି:ଘଞ୍ଚ ଜଙ୍ଗଲ ଓ ପାହାଡି ପଥୁରିଆ ରାସ୍ତା ଯୋଗୁଁ ଗାଁରେ ପହଞ୍ଚି ପାରୁନି ବିକାଶ,ଦେଖିବାକୁ ଗଲେ ଅଧା ରାସ୍ତାରେ ଅଟକିଯାଇଛି। ଆଉ ତାସାଙ୍ଗକୁ ଅଞ୍ଚଳବାସୀଙ୍କ ପାଇଁ ଅଭିଶାପ ପାଲଟିଛି ମାଲକାନଗିରି କାଲିମେଳା ଭେଜାଙ୍ଗୀୱାର୍ଡl ପଞ୍ଚାୟତର ଏମ୍. ପି. ଭି ୧୬ ଗାଁ ଦେଇ ବହିଯାଇଥିବା ତାଟିଗୁଡା-କଙ୍ଗାରୁ କୋଣ୍ଡା ନାଳ,ବର୍ଷାଦିନ ଆସିଲେ ଏହି ନାଳର ପାଣି ଗାଁ ଭିତରକୁ ପସିଆସୁଛି ଫଳରେ ଲୋକଙ୍କ ଜୀବନ ବିପଦରେ ପଡୁଛି, ଗାଁର ୩୫ ପରିବାରରର ଦୁଃଖ ଶୁଣିବାକୁ କେହିନାହିଁ,ରାସ୍ତାଘାଟ, ଶିକ୍ଷା,ପାନୀୟ ଜଳ ପରି ମୌଳିକ ସୁବିଧାର ବଞ୍ଚିତ ହୋଇଛନ୍ତି ଗ୍ରାମବାସୀ,ପୂର୍ବ ବିଜେଡି ସରକାରର ବିକାଶ ଯେମିତି ପ୍ରତିଶ୍ରୁତିରେ ଅଟକିଯାଇଛି।ଜୀବନ ଜୀବିକା ଲାଗି କୃଷି ସହ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଚଳନ୍ତି ଗ୍ରାମବୀସୀ । ପିଲାମାନେ ଏହି ବିପଦପୁର୍ଣ୍ଣ ରାସ୍ତାରେ ୩ କିଲୋମିଟର ଅନ୍ୟ ଏକ ଗାଁର ବିଦ୍ୟାଳୟକୁ ଯିବାକୁ ପଡୁଛି। ଏନେଇ ସଂସାଦ ବଳଭଦ୍ର ମାଝୀଙ୍କୁ ଗ୍ରାମର ସମସ୍ୟାକୁ ଅବଗତ କରାଇଛନ୍ତି ଗ୍ରାମବାସୀ, ପ୍ରଶାସନ ସହିତ ଆଲୋଚନା କରି ସମସ୍ୟା ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସଂସାଦ। ମୋହନ ସରକାର ଉପରେ ଭରଷା ରଖିଛନ୍ତି ଗ୍ରାମବାସୀ,ସମସ୍ୟାର ସମାଧାନ ହେବ ବୋଲି ବାନ୍ଧିଛନ୍ତି ଆଶା।
ଅର୍ଗସ ବ୍ୟୁରୋ: ହିମାଚଳ ପ୍ରଦେଶ ସଂଜୌଲୀ ମସଜିଦ ବିବାଦ ଥମିନଥିବାବେଳେ ମହାରାଷ୍ଟ୍ର ଧରାବୀ ବସ୍ତିରେ ବେଆଇନ ମସଜିଦ ନିର୍ମାଣକୁ ନେଇ ବଢୁଛି ବିବାଦ । କୋର୍ଟଙ୍କ ନିର୍ଦ୍ଦେଶ ପରେ ବେଆଇନ ମସଜିଦ ଭାଙ୍ଗିବାକୁ ପହଞ୍ଚିଥିବା ମୁମ୍ବାଇ ମହାନଗର ନିଗମ କର୍ମଚାରୀଙ୍କୁ ବିରୋଧ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି । ଘଟଣାକୁ ନେଇ ରାଜନୀତି ନକରିବାକୁ ନିବେଦନ କରିବା ସହ ଶାନ୍ତିପୂର୍ଣ୍ଣ ଉପାୟରେ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ । ଅନଧିକୃତ ନିର୍ମାଣକୁ ହଟାଇବାକୁ ସ୍ଥାନୀୟ ଲୋକେ 4ରୁ 5 ଦିନ ସମୟ ମାଗିଥିବାରୁ ବିଏମସି ଟିମ୍ ଫେରିଆସିଥିବା କହିଛନ୍ତି ଫଡ଼ନାଭୀସ । ଘଟଣାକୁ ନେଇ ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଥିବାରୁ ପୋଲିସ ପକ୍ଷରୁ ଗୁଜବକୁ ବିଶ୍ବାସ ନକରିବାକୁ ଅପିଲ କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ସ୍ଥିତି ନିୟନ୍ତ୍ରଣାଧିନ ରହିଥିବା କହିଛନ୍ତି ଜୋନ 5 ଡିସିପି ତେଜସ୍ବୀ ସତପୁତେ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରକୁ ପୁଣିଥରେ ଆତଙ୍କବାଦୀଙ୍କ ଆଡ୍ଡା କରିବାକୁ ଚାହାନ୍ତି ଅବଦୁଲ୍ଲା, ମୁଫତି ଓ ଗାନ୍ଧି ପରିବାର । ତୁଷ୍ଟିକରଣ ରାଜନୀତି କରି ଭୂସ୍ବର୍ଗକୁ ନର୍କ ବନାଇଥିବା ଦେଶବିରୋଧୀଙ୍କୁ ଶାସନରୁ ଦୂରେଇ ରଖିବାକୁ ଜମ୍ମୁ କାଶ୍ମୀରବାସୀଙ୍କୁ ଆହ୍ବନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ନିର୍ବାଚନକୁ ନେଇ ରାଜ୍ୟବାସୀଙ୍କ ଉତ୍ସାହକୁ ପ୍ରଶଂସା କରିବା ସହ ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ରେକର୍ଡ ମତଦାନ କରିବାକୁ ଜନତାଙ୍କୁ ନିବେଦନ କରିଛନ୍ତି ଶାହ । ରଜୌରୀ, ଥାନାମଣ୍ଡି, ସୁରତକୋଟ ଓ ମେଢରରେ ନିର୍ବାଚନ ପ୍ରଚାର କରିବା ସହ ଆତଙ୍କବାଦୀଙ୍କୁ ଚରମ ଚେତାବନୀ ଶୁଣାଇଛନ୍ତି ଶାହ । ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ କଠୋର ନିଷ୍ପତ୍ତି ଯୋଗୁ ଆଜି ଆତଙ୍କବାଦୀଙ୍କୁ ଗୁଳିର ଜବାବ ଗୁଳିରେ ଦିଆଯାଉଛି । ଏଥିପାଇଁ ଉଗ୍ରପନ୍ଥୀଙ୍କୁ ବଳ ଯୋଗାଉଥିବା ପାକିସ୍ତାନ ବି ମୋଦିଙ୍କୁ ଭୟ କରୁଛି ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।
ଜମ୍ମୁ କାଶ୍ମୀରବାସୀଙ୍କ ଅଧିକାର ରକ୍ଷା ସହ ବିକାଶ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ମୋଦି ସରକାର ଦେଉଛନ୍ତି ପ୍ରାଥମିକତା । ବିଜେପି କ୍ଷମତାକୁ ଆସିଲେ ରାଜ୍ୟବାସୀଙ୍କୁ ଇଦ ଓ ମହରମ ଅବସରରେ ମିଳିବ ମାଗଣା ଗ୍ୟାସ ସିଲିଣ୍ଡର । ମୋଦି ସରକାର ରାଜ୍ୟର ମହିଳାଙ୍କୁ ସଂରକ୍ଷଣ ଅଧିକାର ଦେଇଥିବାବେଳେ ଖୁବଶୀଘ୍ର ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ସହ ଅବହେଳିତ ଓ ପଛୁଆ ବର୍ଗଙ୍କୁ ମଧ୍ୟ ସଂରକ୍ଷଣ ଯୋଗାଇଦେବାକୁ ରଖିଛନ୍ତି ଲକ୍ଷ୍ୟ । ଯୁବକଙ୍କ ହାତରେ ପଥର ବଦଳରେ ଲାପଟପ୍ ଧରାଇ ରାଜ୍ୟର ନୂଆ ଇତିହାସ ଲେଖିବାରେ ପ୍ରଧାନମନ୍ତ୍ରୀ ମୋଦି ସଫଳ ହୋଇଛନ୍ତି । ଆଗାମୀ ସମୟରେ ରାଜ୍ୟକୁ ବିକାଶର ଶିଖରରେ ପହଞ୍ଚାଇବାକୁ ରାଜ୍ୟବାସୀଙ୍କ ସମର୍ଥନ ଲୋଡ଼ିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।
ଜମ୍ମୁ କାଶ୍ମୀରରେ ବିକାଶ ବନାମ ତୁଷ୍ଟିକରଣ ରାଜନୀତି ମଧ୍ୟରେ ଜାରି ରହିଛି ଟକ୍କର । ଗତ 18 ତାରିଖରେ 24ଟି ଆସନରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ହୋଇଥିଲା ପାଖାପାଖି 60 ପ୍ରତିଶତ ମତଦାନ । ଆସନ୍ତା 25 ତାରିଖରେ 26ଟି ଆସନ ଏବଂ 1 ଅକ୍ଟୋବରରେ ଅବଶିଷ୍ଟ 40 ଆସନରେ ହେବାକୁ ଯାଉଛି ମତଦାନ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଭରତପୁର ଥାନାରେ ମେଜର୍ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ୍ ନିର୍ଯାତନା ଓ ବର୍ବରତା ଘଟଣା । ପୂର୍ବ ସରକାର ଉପରେ ବର୍ଷିଲେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ । ସରକାର ବଦଳିଛି ସତ କିନ୍ତୁ ଏବେ ବି ପୋଲିସର ପାଣ୍ଡିଆନ ସିଣ୍ଡ୍ରୋମ ଚାଲିଛି । ପୂର୍ବ ସରକାର କ୍ରାଇମବ୍ରାଞ୍ଚର ଅପବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି ଆରଟିଆଇ କର୍ମୀ । ଭରତପୁର ଥାନାକୁ ସେ ମହିଳା ଅଭିଯୋଗକାରୀ ହୋଇ ଯାଇଥିଲେ । କିନ୍ତୁ ପୋଲିସ କିଭଳି ଓ କେଉଁ ସାହାସରେ ତାଙ୍କୁ ନିର୍ଯାତନା ଦିଆଗଲା। ଆଜି କୁହାଯାଉଛି ସିସିଟିଭି ନାହିଁ, କେନ୍ଦ୍ର ସରକାର ୧୦୦ କୋଟି ଦେଇଥିଲେ ।
ଓଡ଼ିଶାରେ ଆଦର୍ଶ ଥାନାରେ କାହିଁକି ସିସିଟିଭି ଲଗେଇ ନଥିଲେ ? । ପୂର୍ବ ସରକାର କିଛି ଦୁର୍ନୀତିଗ୍ରସ୍ତ ପୋଲିସ ଅଧିକାରୀ ଆଶିଷ ସିଂ, କୋଟେ, ସଂଜୀବ ପଣ୍ଡା ଡିସିପି ପ୍ରତୀକ ସିଂ ଏମାନଙ୍କୁ ଲଗେଇଛି ଦୁର୍ନୀତିକୁ ଲୁଚେଇବା ପାଇଁ । ମୋହନ ସରକାରଙ୍କୁ ବଦନାମ କରିବା ପାଇଁ ପ୍ରୟାସ କରାଯାଉଛି । ସରକାର ଏ ଦିଗରେ ଧ୍ୟାନ ଦିଅନ୍ତୁ, ୧୦୦ ଦିନ ବିତିଗଲା ଏବେ ଏହି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ବାହାର କରନ୍ତୁ । ଆସନ୍ତା ସୋମବାର ଆର୍ଟିଆଇ କର୍ମୀ ଭିଜିଲାନ୍ସରେ ପଣ୍ଡିଆନଙ୍କ ନାଁରେ ଅଭିଯୋଗ କରିବେ ବୋଲି କହିଛନ୍ତି ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: