ରସୁଲପୁର ବ୍ଲକ ଅଧିନ ଗୋପାଳ ପୁର ଗ୍ରାମର ରବିନ୍ଦ୍ର ଗୁଇଁ ଏହି ଅଭିଯୋଗ ଆଣିଛନ୍ତି । ତାଙ୍କ ଅଜାଣତରେ ତାଙ୍କର କରେଣ୍ଟ ଆକାଉଣ୍ଟରୁ ଷୋହଳ ଲକ୍ଷ ପଚିଶ ହଜାର ଟଙ୍କା ତାଙ୍କ ନାମରେ ଜାଲ ଦସ୍ତଖସ୍ତ କରି ଏହି ଟଙ୍କା ଉଠାଯାଇଛି । ଏହା ଜାଣିବା ପରେ ରବୀନ୍ଦ୍ର ଶାଖା ପରିଚାଳକଙ୍କୁ ଟଙ୍କା ଉଠାଣ ହୋଇଥିବା ରସିଦ ମାଗିଥିଲେ ତାହା ମିଳି ପାରିନଥିଲା । ଯାହାକୁ ନେଇ ରବିନ୍ଦ୍ର ୟୁକୋ ବ୍ୟାଙ୍କ ଜୋନାଲ ଅଫିସରେ ମଧ୍ୟ ଅଭିଯୋଗ କରିଥିଲେ ।
ରବିନ୍ଦ୍ର ଗୁଇଁ ତାଙ୍କ ଦୋକାନ ହ୍ୟାଣ୍ଡଲୁମ୍ ବୟନ କଳା ନାମରେ ୟୁକୋ ବ୍ୟାଙ୍କରେ ଏକ କରେଣ୍ଟ ଆକାଉଣ୍ଟ୍ ଖୋଲିଥିଲେ । ଉକ୍ତ ଆକାଉଣ୍ଟ୍ ମାଧ୍ୟମରେ ତାଙ୍କର ୧୨ଲକ୍ଷ ଟଙ୍କା ସିସି ଲୋନ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ପ୍ରଥମେ ୨୫ ହଜାର ପରେ ଦୁଇ କିସ୍ତିରେ ୮ଲକ୍ଷ ଲେଖାଏଁ ଟଙ୍କା ଉଠାଣ ହୋଇଛି । ଯାହା ରବିନ୍ଦ୍ର ଗୁଇଁଙ୍କ ଜାଲ ଦସ୍ତଖତ କରି ବ୍ୟାଙ୍କ କତୃପକ୍ଷଙ୍କ ଜାଣତରେ ହୋଇଛି ବୋଲି ଅଭିଯୋଗ କରିଛନ୍ତି ରବିନ୍ଦ୍ର ଗୁଇଁ I
ଅଧିକ ପଢନ୍ତୁ ଓଡ଼ିଶା ଖବର
ପରବର୍ତ୍ତୀ ସମୟରେ ଆଇନର ଆଶ୍ରୟ ନେବାରୁ ତାଙ୍କୁ ସମସ୍ତ ତଥ୍ୟ ମିଳିଥିଲା ଯାହାକୁ ନେଇ ସେ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ । ତାଙ୍କ ଆକାଉଣ୍ଟକୁ ବ୍ୟବହାର କରାଯାଇ ଆର୍ଥିକ ହେର୍ ଫେର୍ ହୋଇଥିବା ସେ ମଧ୍ୟ ସନ୍ଧେହ କରିଥିଲେ । ଏଭଳି ଘଟଣାକୁ ନେଇ ସେ ଏକ ବଡ ଧରଣର ତଦନ୍ତ ଦାବି କରିଛନ୍ତି । ଅନ୍ୟପଟେ ଦେଖିବାକୁ ଗଲେ ବ୍ୟାଙ୍କ୍ ନାମରେ ଗ୍ରାହକ ବିଭିନ୍ନ ସମୟରେ ମିଛ ମାମଲା ମଧ୍ୟ କରିଥାନ୍ତି ଏହାର ଠିକ୍ ରୂପେ ତଦନ୍ତ କରାଗଲେ ପ୍ରକୃତ ସତ ସାମନାକି ଆସିବ ।