ଅଧିକ ପଢନ୍ତୁ ଓଡିଶା ଖବର
ହେଲେ ମୃତ୍ୟୁ ଖବର ପାଇ ପରିବାର ଲୋକ ଶବ ଆଣିବାକୁ ସାହାସ ପାଇ ନଥିଲେ । କାରଣ ଗରିବ ପରିବାରର ଏକ ମାତ୍ର ରୋଜଗାରିଆ ପୁଅର ମୃତ୍ୟୁ ହୋଇଥିବାବେଳେ ହାତରେ ଟଙ୍କା ପଇସା ନଥିବାରୁ ସେ ସରକାରୀ ସହାୟତା ଲୋଡିଥିଲେ । ସ୍ଥାନୀୟ ସରପଂଚ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରାଙ୍କୁ ଯୋଗାଯୋଗ କରି ଶବ ଅଣିବାକୁ ଅନୁରୋଧ କରିଥିଲେ । ବିଧାୟକ ଏବଂ ଓଡିଶା ମୋ ପରିବାରର ସହଯୋଗରେ ଆଜି ମୃତ ଦେହ ଗାଁରେ ପହଂଚିଥିବାବେଳେ ଗାଁରେ ଶୋକାକୁଳ ପରିବେଶରେ ତାଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଛି । ତେବେ ସରକାରୀ ହିସାବରେ ଦାଦନ ଶୁନ୍ୟ ଜିଲ୍ଲାରୁ କିଭଳି ଦାଦନ ଯାଇ ମୃତ୍ୟୁ ବରଣ କରୁଛନ୍ତି ତାହା ଏବେ ପ୍ରଶ୍ନବାଚି ସୃଷ୍ଟି କରୁଛି ।