ଘର
ଓଡ଼ିଶା
ପୁରା ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି ପୋଲିସ ଡିଜି
ପୁରା ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି ପୋଲିସ ଡିଜି
by Rashmita Mishra
NEWS HIGHLIGHTS
- ହାଇସିକ୍ୟୁରିଟି ଜୋନରେ ରାଜଧାନୀ
- ସହର ସାରା ଛାଇ ଗଲେଣି ପୋଲିସ
- କେଉଁଠି ବନ୍ଧୁକ ଧାରୀ ପୋଲିସ ଆଉ କେଉଁଠି ସାଧା ପୋଷାକଧାରୀ
- ପୁରା ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି ପୋଲିସ ଡିଜି
ଅର୍ଗସ ବ୍ୟୁରୋ: କଡା ସୁରକ୍ଷା ବଳୟ ଭିତରେ ରାଜଧାନୀ ଭୁବନେଶ୍ୱର । ଆସନ୍ତାକାଲିଠୁ ଆରମ୍ଭ ହେଉଛି ଶୀତ କାଳୀନ ଅଧୀବେଶନ । ସେଥିପାଇଁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ ଡିଜି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ବିଧାନସଭା ପାଇଁ ରାଜଧାନୀରେ ମୁତୟନ ହେବେ 30ପ୍ଲାଟୁନ ଫୋର୍ସ । 300 ଜଣ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ । ବିଧାନସଭା ସମୟରେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ନୁପୁଜିବ ସେଥିପାଇଁ ମଧ୍ୟ ନଜର ରଖିଛି ପୋଲିସ ।
ସେପଟେ 29 ତାରିଖ ରୁ ଭୁବନେଶ୍ବରରେ ପ୍ରଥମଥର ପାଇଁ ହେବ ଡିଜି ଆଇଜି ସମ୍ମିଳନୀ । 3 ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା , ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ସମେତ ସବୁ ରାଜ୍ୟର ଡିଜି ଓ ବହୁ ବରିଷ୍ଠ ଅଧିକାରୀ ଯୋଗଦେବେ । ବ୍ଲୁ ବୁକ ଅନୁସାରେ ପ୍ରଧାନମନ୍ତ୍ରୀ ଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଲୋକସେବା ଭବନ ସମେତ ଆଖ ପାଖ ଅଞ୍ଚଳକୁ ସିଲ କରି ଦିଆଯାଇଛି ।
ଗୋଟିଏ ପଟେ ବିଧାନସଭା ଅନ୍ୟ ପଟେ ଡିଜି ଆଇଜି ସମ୍ମିଳନୀ । ଏହି ସମୟ ଭିତରେ ଯେଭଳି ଭୁବନେଶ୍ବର ସମେତ ସାରା ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ନପୁଜେ ସେଥିପାଇଁ ସ୍ପେଶାଲ ଡ୍ରାଇଭ କରି ପେସାଦର ଅପରାଧୀଙ୍କ ଉପରେ ନଜର ରଖିଛି ପୋଲିସ ।