ଘର
ଓଡ଼ିଶା
ଷ୍ଟେସନରେ ମିଳିବ ଓ୍ବାଲ୍ଡ କ୍ଲାସ ସୁବିଧା
ଷ୍ଟେସନରେ ମିଳିବ ଓ୍ବାଲ୍ଡ କ୍ଲାସ ସୁବିଧା
by Rashmita Mishra
NEWS HIGHLIGHTS
- ରେଳ ଷ୍ଟେସନରେ ମିଳିବ ଏୟାରପୋର୍ଟ ସୁବିଧା
- ନବକଳେବର ହେଉଛି ଭୁବନେଶ୍ବର ରେଳ ଷ୍ଟେସନ
- ଷ୍ଟେସନରେ ମିଳିବ ଓ୍ବାଲ୍ଡ କ୍ଲାସ ସୁବିଧା
- ଚାଲିଛି ଦେଶର ସର୍ବବୃହତ ରେଲଓ୍ବେ କନକୋର୍ସ
ଅର୍ଗସ ବ୍ୟୁରୋ: ସଜେଇ ହେଲାଣି ଭୁବନେଶ୍ବର ରେଳ ଷ୍ଟେସନ । ଭୁବନେଶ୍ବର ରେଳ ଷ୍ଟେସନରେ ମିଳିବ ଓ୍ବାଲ୍ଡ କ୍ଲାସ ସୁବିଧା । ୧୦୮ ମିଟର ଲମ୍ବ ଓ ୮୬ ମିଟର ଚଉଡା ପରିମିତ ସ୍ଥାନରେ ନିର୍ମାଣ ଚାଲିଛି ଦେଶର ସର୍ବବୃହତ ରେଲଓ୍ବେ କନକୋର୍ସ । ୪୧୮ କୋଟି ଟଙ୍କ ବ୍ୟୟରେ ଚାଲିଥିବା ପୁନଃବିକାଶ କାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରାୟ ଏକ ଲକ୍ଷ ସ୍କୋୟାର ଫୁଟ ପରିମତ ଏରିଆରେ ଫୁଡ୍ କୋର୍ଡ, ଲାଇବ୍ରେରୀ, ଓ୍ବାନ ଷ୍ଟେସନ ଓ୍ବାନ ପ୍ରଡକ୍ସ ସହ ଓ୍ବେଟିଙ୍ଗ ପ୍ଳେସ୍ର ସୁବିଧା ପାଇ ପାରିବେ ଯାତ୍ରୀ। ଖୁବ ଶିଘ୍ର ମିଳିବାକୁ ଯାଉଛି ଏହି ଅତ୍ୟାଧୁନି ସୁବିଧା । ତଳେ ରେଳ ଧାରଣା ଓ ଉପରେ ର୍ନିମାଣ ହୋଇଥିବା ଏୟାର କନକୋର୍ସରେ ଅତ୍ୟାଧୁନିକ ସୁବିଧା ପାରିବେ ରୋଳଯାତ୍ରୀ । ରେଳ ଷ୍ଟେସନର ରି-ଡେଭଲପମେଣ୍ଟ ଯୋଜନାରେ ନୂତନ ରୂପ ପାଇବାକୁ ଯାଉଛି ଭୁବନେଶ୍ବର ରେଳ ଷ୍ଟେସନ । ଏଲିଭେଟେଡ ରୋଡ, ଇଣ୍ଟିଗ୍ରେଟେଡ ସିଷ୍ଟମର ସୁବିଧା ମିଳିବ । ମେଟ୍ରୋରୁ ଓହ୍ଲାଇ ଏଲିଭେଟେଡ ରୋଡରେ ସିଧା ରେଲ କନକୋର୍ସରେ ପହଂଚି ପାରିବେ ଯାତ୍ରୀ । ୨୦୨୫ ଅଗଷ୍ଟ ସୁଦ୍ଦା କାମ ସାରିବାକୁ ରଖାଯାଇଛି ଲକ୍ଷ ।
୨୦୨୨ ଡିସେମ୍ବର ୨୯ରେ କେନ୍ଦ୍ରଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଭୁବନେଶ୍ବର ରେଳ ଷ୍ଟେସନର ପୁନଃ ବିକାଶ କାମର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ବର୍ତ୍ତମାନ ଏହାର କାମ ତ୍ବରିତ ବେଗ ଜାରି ରହିଛି । ସବୁ ଫ୍ଲାଟଫର୍ମକୁ ଯୋଡିବାକୁ ଫୁଟ ଓଭର ବ୍ରିଜ ସହ ଲିଫ୍ଟ, ଏକ୍କଲେଟର ବ୍ୟବସ୍ଥା କରାଯାଇଛି । ସ୍ବତନ୍ତ୍ର ଭାବେ ଏଣ୍ଟ୍ରି ଓ ଏକଜିଟ ରୁଟ କରାଯାଇଛି । ଯାହା ଯାତ୍ରୀଙ୍କ ଭିଡ଼ କରିବ ନିୟନ୍ତ୍ରଣ । । ଶ୍ରମିକ, ଇଂଜିନିୟରଙ୍କୁ ମିଶାଇ ଦୈନିକ 650ରୁ ଊର୍ଦ୍ଧ୍ବ ଲୋକ ରାତିଦିନ କାମ କରୁଛନ୍ତି ।