ଏକ ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପ୍ରଦାନ କରିବେ ବୋଲି କହିଛନ୍ତି। ଭଲ ପାଠପଢିବା ଓ ରହିବା ପାଇଁ ସରକାରୀ ସ୍ତରରେ ଯାହା ସୁବିଧା ସୁଯୋଗ ରହିଛି ତାହା ଏହି ଅନାଥ ଶିଶୁମାନଙ୍କୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଶିଶୁ ସୁରକ୍ଷା ୟୁନିଟର ସଦସ୍ୟ।
ସୂଚନାଯୋଗ୍ୟ, ପୋଡାଡିହ ପଞ୍ଚାୟତ ନୀଳକଣ୍ଠପୁରର ପୁଷ୍ପଲତା ନାୟକ । ଯେକି ଏବେ ପରିବାରର ବୋଝ ମୁଣ୍ଡାଇଛନ୍ତି । ଖେଳକୁଦ ଓ ପାଠପଢା ବୟସରେ ହାତରେ ଧରିଛନ୍ତି ତତଲା ଭାତ ହାଣ୍ଡି । ବୟସ ମାତ୍ର ୧୫ ବର୍ଷ କିନ୍ତୁ ଏହି କମ ବୟସରେ ସେ ପରିବାରର ବୋଝ ସମ୍ଭାଳିଛନ୍ତି । ଛାତିକୁ ପଥର କରି ୩ ଭାଇ ଭଉଣୀଙ୍କ ମାଆ ପାଲଟିଛନ୍ତି ପୁଷ୍ପଲତା । ପରିବାର କହିଲେ ପୁଷ୍ପଲତା ଓ ତାଙ୍କ ୩ ଭାଇ ଭଉଣୀ । ବାପା ମାଆ ଛେଉଣ୍ଡ ହେବା ପରେ ଦୁଃଖରେ ଦିନ କାଟୁଛନ୍ତି ଏହି ୪ ଭାଇ ଭଉଣୀ । ଚାଳ ଛପର ଘରେ ଜୀବନ ବିତୁଥିବା ବେଳେ ଦିନେ ଖାଇଲେ ଦିନେ ଉପାସ ରହୁଛନ୍ତି ଏହି ଦୁଃଖୀ ପରିବାର। କିନ୍ତୁ ଏତେ ସବୁ ଦୁଃଖ ମଧ୍ୟରେ ସମସ୍ତ କଷ୍ଟ ସହି ପରିବାର ଚଳାଇବା ସହିତ ନିଜ ଭାଇ ଭଉଣୀଙ୍କୁ ବଡ କରିବାର ସ୍ୱପ୍ନ ଦେଖୁଛନ୍ତି ପୁଷ୍ପଲତା। ୨୦୧୬ ମସିହାରେ ହଠାତ ଘରେ ନିଆଁ ଲାଗି ପରିବାର ଉଜୁଡି ଯାଇଥିଲା।ଏହି ଅଗ୍ନିକାଣ୍ଡରେ ବାପା ମାଆ ଆରପାରିକୁ ଚାଲି ଯାଇଥିଲେ । ଆଉ ନିଆଁର ଆଁରେ ଘରଦ୍ବାର ମଧ୍ୟ ପୋଡି ପାଉଁଶ ହୋଇଯାଇଥିଲା । ଆଉ ଏବେ ଯାହା କିଛି ରହିଛି ତାକୁ ସାଉଁଟି ଏବେ ଏମାନଙ୍କ ଜୀବନ ବିତୁଛି । ପରିବାର ଘରଦ୍ୱାର ନଥିବା ବେଳେ ପୁଷ୍ପା ଅଧାରୁ ପାଠ ଛାଡି ଅଣ୍ଟାଭିଡି ବାହାରିଛନ୍ତି ନିଜ ଭାଇ ଭଉଣୀକୁ ମଣିଷ କରି ଗଢି ତୋଳିବାକୁ। ସରକାରୀ ସୁବିଧା କହିଲେ ଚାରି ଭାଇ ଭଉଣୀଙ୍କୁ ମିଳୁଛି ୧୫ କିଲୋ ଚାଉଳ।ଏପର୍ଯ୍ୟନ୍ତ ଭାଇର ନାମ ରାସନ କାର୍ଡରେ ଅନ୍ତର୍ଭୁକ୍ତ ହୋଇନଥିବା ବେଳେ କାର୍ଡରେ ନାମ ସଂଯୋଗ ଓ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଟିଏ ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ଗ୍ରାମବାସୀ ।ସେପଟେ ପୁଷ୍ପଲତା ତାଙ୍କ ଅଧାରୁ ପାଠ ଛାଡିଥିବା ଭଉଣୀ ଝିଲି ନାୟକ ଓ ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ୁଥିବା କୁନି ଭାଇ ଭଉଣୀଙ୍କୁ ପାଠ ପଢିବା ପାଇଁ ସହାୟତା ଓ ଚଳିବା ପାଇଁ ସହାୟତା ଯୋଗାଇଦେବାକୁ ସରକାରଙ୍କୁ ଗ୍ରାମବାସୀ ନିବେଦନ କରିଥିଲେ। ।