ସୂଚନା ମୁତାବକ ଗତକାଲି ସନ୍ଧ୍ୟା ସମୟରେ ପୁରୁଣା ଆଇଟିଆଇ କୋଭିଡ କେୟାରକୁ ଯାଇଥିଲେ ସେଠାରେ ବୈଠକରେ ଯୋଗ ଦେଇଥିଲେ ବୌଦ୍ଧ ସିଡ଼ିଏମଓ ଜୟକୃଷ୍ଣ ମିଶ୍ର ଓ DPHO ମଦନ ମୋହନ ପ୍ରଧାନ । ବୈଠକରେ ଆଲୋଚନା ବେଳେ ହଠାତ ବୌଦ୍ଧ ଜିଲ୍ଲାପାଳ ଓ ଏସିପି ଡାକ୍ତର ପ୍ରଧାନ ଦୁର୍ବ୍ୟବହାର କରିଥିଲେ । ପରେ ଡ. ପ୍ରଧାନ ଜିଲ୍ଲା ସଂଘକୁ ଜଣାଇବା ସହ ଥାନାରେ ଅଭିଯୋଗ କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଡାକ୍ତରଙ୍କୁ ଦୁର୍ବ୍ୟବହାରକୁ ନେଇ ଏଡ଼ିଏମଓଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ କର୍ମଚାରୀ ସଂଘ ବିରୋଧ କରି କଳାବ୍ୟାଚ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନକୁ ଓଲାଇଛନ୍ତି । ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ । ଜିଲ୍ଲାପାଳ ଓ ଏସପି କ୍ଷମା ପ୍ରାର୍ଥନା ସହ ଜିଲ୍ଲାପାଳଙ୍କ ବଦଳି ଦାବି କଲେ ସ୍ୱାସ୍ଥ୍ୟ କର୍ମଚାରୀ । ଦାବି ପୂରଣ ନହେଲେ ଯାଏଁ କଳା ବ୍ୟଚ ପିନ୍ଧି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯିବ ।