୨୦୨୩ ମସିହା ପାଇଁ ରେଜିଷ୍ଟ୍ରେସନ କରିଥିବା ପରୀକ୍ଷାର୍ଥୀଙ୍କ ଆଡ଼ମିଟ କାର୍ଡ ଆସୁଥିଲେ ମଧ୍ୟ ୨୦୨୨ ପାଇଁ ରେଜିଷ୍ଟ୍ରେସନ କରି ୨୦୨୩ ପାଇଁ ରି ରେଜିଷ୍ଟ୍ରେସନ କଲେ ମଧ୍ୟ ଆଡ଼ମିଟ କାର୍ଡ ୱେବସାଇଟରେ ଅପଲୋଡ଼ ହୋଇନାହିଁ। ତୁରନ୍ତ ଆଡ଼ମିଟ କାର୍ଡ କାହିଁକି ଅପଲୋଡ଼ ହୋଇନାହିଁ ତାର ଉତ୍ତର ବିଭାଗୀୟ ମୁଖ୍ୟ ଦିଅନ୍ତୁ ବୋଲି ଦାବି ହୋଇଛି।
OSSC ଅଫିସ ସମ୍ମୁଖରେ କ୍ଷୋଭ ପ୍ରକାଶ କଲେ ପରୀକ୍ଷାର୍ଥୀ

ଅର୍ଗସ ବ୍ୟୁରୋ : OSSC ଅଫିସ ସମ୍ମୁଖରେ କ୍ଷୋଭ ପ୍ରକାଶ କଲେ ପରୀକ୍ଷାର୍ଥୀ। ୨୦୨୨- ୨୩ ବର୍ଷ ପାଇଁ ଆସନ୍ତା ମାର୍ଚ୍ଚ 19ତାରିଖରେ ପରୀକ୍ଷା ଥିଲେ ମଧ୍ୟ ପରୀକ୍ଷାର୍ଥୀ ମାନଙ୍କ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଆଡମିଟ୍ କାର୍ଡ ଉପଲବ୍ଧ ହୋଇନାହିଁ। ୱେବସାଇଟରେ ଭୁଲ ତଥ୍ୟ କହି ବାହାରିପାରୁନି ଆଡ଼ମିଟ କାର୍ଡ। ଯାହାକୁ ନେଇ ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।
Download Argus News App
