ଅନଳିଆ-ସାହାଡ଼ା ରାସ୍ତାରେ ଯାଉଥିବା ସମୟରେ ପଶ୍ଚିମବଙ୍ଗ ରାଜ୍ୟ ଏଗ୍ରା ଥାନା ଅନ୍ତର୍ଗତ ସାହାଡ଼ା ଗ୍ରାମ ରାସ୍ତାରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇଥିଲା । ସେହି ସମୟରେ ଚାଳକ ସୋନୁ ପାଖରେ ବସିଥିବା ବିନୋଦ ତଳକୁ ଖସି ପଡ଼ି ମଝି ଚକାରେ ଚାପି ହଇଥିଲେ । ଚାଳକ ସୋନୁ ଟ୍ରାକ୍ଟର ନେଇ ଦୃତଗତିରେ ପଶ୍ଚିମବଙ୍ଗକୁ ପଳାଇଯାଇଥିଲା । ବିନୋଦକୁ ଚେତାଶୂନ୍ୟ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କ ପରିବାର ଲୋକଙ୍କୁ ଖବର ଦେବା ସହିତ ଜଳେଶ୍ବରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଅଧିକ ପଢନ୍ତୁ ଓଡିଶା ଖବର
ଆଜି ଶବ ବ୍ୟବଛେଦ ପରେ ପରିବାର ଲୋକେ ଟ୍ରାକ୍ଟର ମାଲିକଙ୍କ ଘର ସାମ୍ନା ରାସ୍ତାରେ ଶବ ଧରି ରାସ୍ତା ଅବରୋଧ କରିଛନ୍ତି ତିନିଘଣ୍ଟା ବିତିଗଲେ ମଧ୍ୟ ଘଟଣା ସ୍ଥଳେ ପୋଲିସ ପହଂଚି ନାହଁ ଯାହା ଫଳରେ ରାସ୍ତାର ଦୁଇ କଡ଼ରେ ଶହ ଶହ ଗାଡି ଅଟକି ଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଚାପ ଉତ୍ତେଜନା ଦେଖିବାକୁ ମିଳିଛି l