ସାରକୋଣା ଗାଁର ଗଙ୍ଗାଧର ନାୟକ ଛକରେ ଏକ ତେଜରାତି ଦୋକାନ କରିଥିବାବେଳେ, ଗତକାଲି ରାତିରେ ଦୋକାନ ଘରେ ନିଆଁ ଲାଗିଯାଇଥିଲା । ଗ୍ରାମବାସୀମାନେ ଖଇରା ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ପହଞ୍ଚିବା ବେଳକୁ ଗ୍ରାମବାସୀମାନେ ନିଆଁକୁ ଆୟତ୍ତ କରିସାରିଥିଲେ ।
ତେଜରାତି ଦୋକାନରେ ଲାଗିଲା ନିଆଁ
ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଖଇରା ତହସିଲ ଅଧିନ ସାରକୋଣା ଛକରେ ଏକ ତେଜରାତି ଦୋକାନରେ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି ।
Download Argus News App
