ସନସାଇନ୍ ସ୍କୁଲ ପ୍ରିନସପାଲ୍ ମମିତା ମେହେରଙ୍କୁ ହତ୍ୟା କରି ପୋତିଦେଲେ। ସନ୍ଦେହଘେରକୁ ଆସିଲେ ସେତେବେଳର ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ହେଲେ ତଦନ୍ତ ପରିସରକୁ ବି ଆସିଲେନି। ଖାଲି ସେତିକି ନୁହେଁ ଅଭିଯୁକ୍ତ ଗୋବିନ୍ଦ ସାହୁର କଣ୍ଟାବାଞ୍ଛି ଜେଲରେ ସନ୍ଦେହଜନକ ଭାବେ ମୃତ୍ୟୁ ହେଲା। ତଦନ୍ତ କଲା କ୍ରାଇମବ୍ରାଞ୍ଚ, ହେଲେ ରହସ୍ୟରୁ ହଟିଲାନି ପରଦା । ମମିତା ମେହେରଙ୍କ ମା ମଧ୍ୟ ସିବିଆଇ ତଦନ୍ତ ଦାବି କରିଛନ୍ତି। ସେପଟେ ମମିତା ମେହେର ଓ ମହିଳା ହିଂସା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।
ବିଧାନସଭାର ତଥ୍ୟ ବି ଖୋଲିଦେଇଛି କ୍ରାଇମବ୍ରାଞ୍ଚର ପାରିବାପଣିଆର ପୋଲ୍। ଗତ 9 ବର୍ଷରେ ମୋଟ୍ 189ଟି ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ତା ଭିତରୁ ମାତ୍ର 38ଟି କେସରେ ହୋଇଛି ଫାଇନାଲ୍ ରିପୋର୍ଟ। ଅପରାଧୀଙ୍କୁ ଘଣ୍ଟ ଘୋଡାଉଥବାରୁ ଓଡ଼ିଶାରେ ମହିଳା ଅପରାଧ କ୍ଷେତ୍ରରେ ଦଣ୍ଡବିଧାନ ହାର ମାତ୍ର 9.2 ପ୍ରତିଶତ।
ଅଧିକ ପଢନ୍ତୁ ଓଡ଼ିଶା ଖବର