ଘର
ଓଡ଼ିଶା
ଦୁର୍ଗମରେ ପ୍ରହସନ ପାଲଟିଛି ସରକାରୀ ବସୁଧା ଯୋଜନା
ଦୁର୍ଗମରେ ପ୍ରହସନ ପାଲଟିଛି ସରକାରୀ ବସୁଧା ଯୋଜନା
by Banajyotshna Ray
Boudha
| Thu, Oct 17 | 5:26 p.m.
ଅର୍ଗସ ବ୍ୟୁରୋ: ବୌଦ୍ଧ ଜିଲ୍ଲାକଣ୍ଟାମାଲ ବ୍ଲକ ବରଗାଁ ଗ୍ରାମପଂଚାୟତର ସୌରୀବେଙ୍ଗଏସର ଆମ୍ବପଡା । 10ବର୍ଷରୁ ଉର୍ଦ୍ଧ ସମୟ ହେବ ଏଠାରେ 15ରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି I ଗାଁରେ ଅନେକ ସମସ୍ୟା ରହିଛି କିନ୍ତୁ ମୁଖ୍ୟ ସମସ୍ୟା ହେଉଛି ପିଇବା ପାଣି I ଗାଁରେ ଏକ ନଳକୂପ ଅଛି କିନ୍ତୁ ସେଥିରୁ ଦୂଷିତ ପାଣି ବାହାରୁଛି I ଲୁହା ଗୁଣ୍ଡ ସହ ପାଣି କିଛି ସମୟ ପରେ ତେଲିଆ ହୋଇ ଲାଲ ହୋଇଯାଉଥିବା ଅଭିଯୋଗ ହୋଇଛି । ଏହି ପାଣି ପିଇବା ଦ୍ଵାରା ଗାଁର ବୟସ୍କଠୁ ଆରମ୍ଭ କରି ଶିଶୁ ସମସ୍ତଙ୍କ ଦାନ୍ତ ଲାଲ ହେଉଥିବା କହିଛନ୍ତି ଗ୍ରାମବାସୀI
ପୂର୍ବ ବିଜେଡି ସରକାର ଥିବା ସମୟରେ ଆରମ୍ଭ ହୋଇଥିବା ବସୁଧା ଯୋଜନାରେ ଏପର୍ଯ୍ୟନ୍ତ ଗାଁରେ ପାଇପ ମଧ୍ୟ ବିଛା ଯାଇନାହଁ I ଆଜିଯାଏଁ ଉପାନ୍ତବାସୀ ଜାଣି ନାହାନ୍ତି ବସୁଧା ଯୋଜନା କଣ I ସତେ ଯେମିତି ଉପାନ୍ତ ରେ କାନ୍ଥ ରେ ସୀମିତ ହୋଇଛି ଯୋଜନା I ପାଣି ପାଇଁ ବ୍ଲକଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଭିଯୋଗ କଲା ପରେବି ପାଣି ସମସ୍ୟାର ସମାଧାନ ହେଉନି।
ଅଧିକ ପଢ଼ନ୍ତୁ ଓଡିଶା ଖବର: