ଆସନ୍ତା ଗୁରୁବାର ଠାରୁ ଆରମ୍ଭ ହେବ ପବିତ୍ର ରମଜାନ ମାସ । ପବିତ୍ର ରୋଜା ରଖି ଉପବାସ ଆରମ୍ଭ କରିବେ ମୁସଲମାନ ଭାଇ ଭଉଣୀ ମାନେ । ବିଧି ମୁତାବକ ଆସନ୍ତାକାଲି ଚାନ୍ଦ ଦେଖିବା ପରେ ଆରମ୍ଭ ହେବ ଏହି ପବିତ୍ର ପର୍ବ । ଆସନ୍ତା କାଲି ଚାନ୍ଦ ଦେଖିବାପରେ ଆରମ୍ଭ ହୋବ ରୋଜାର ଵିଧି ସହିତ ସାମୁହିକ ତବୀର ବା ନମାଜ ପାଠ । କଟକଣା କମ ହେବ ପରେ ଏଥର ମସଜିଦ ମାନଙ୍କରେ ସାମୁହିକ ପ୍ରାର୍ଥନା କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି ପବିତ୍ର ମାସରେ ନିଷ୍ଠାର ସହ ପ୍ରାର୍ଥନା କରିଲେ ପୁଣ୍ୟ ମିଲିଥାଏ ବୋଲି କହିଛନ୍ତି ମୁସଲମାନ ଭାଇ ମାନେ । ସେପଟେ ରମଜାନ ସମୟରେ
ସହର ଭିତରେ ସମସ୍ତ ମୁସଲିମ ବସ୍ତି ମାନଙ୍କ ରେ 24 ଘଣ୍ଟିଆ ପାଣି ଲାଇଟ ବ୍ୟବସ୍ଥା କରିବା ସହ ଡ୍ରେନ ଓ ରାସ୍ତା ଘାଟ ସଫା କରିବା କରିବା ପାଇଁ ମହାନଗର ନିଗମଙ୍କୁ ଅନୁରୋଧ କରିଛନ୍ତି ଆଞ୍ଜୁମାନ କମିଟିର ସସଦ୍ୟ।
ପ୍ରତିଟି ମୁସଲମାନ ସମ୍ପ୍ରଦାୟ ଲୋକେ ଏହି ରମଜାନ ମାସକୁ ବର୍ଷେ ତମାମ ଅପେକ୍ଷା କରିଥାନ୍ତି । କଟକଣା ହଟିଥିବାରୁ ଏଥର ରମଜାନକୁ ନେଇ ବେଶ ଖୁସି ଅଛନ୍ତି ମୁସଲିମ ସମ୍ପ୍ରଦାୟର ଭାଇ ଭଉଣୀମାନେ । ଏଥିପାଇଁ ମହାନଗର ନିଗମ ପକ୍ଷରୁ ମୟର ଏବଂ କମିଶନର ଆଜି ସମସ୍ତ ଛୋଟ ବଡ଼ ମସଜିଦ ବୁଲି ସମସ୍ତ ସ୍ଥିତି ଅନୁଧ୍ୟାନ କରିଛନ୍ତି। ରମଜାନ ପର୍ବ ସୁରୁଖୁରୁରେ ଶେଷ କରିବା ବା ପାଇଁ ଯାହା ଯାହା ଆବଶ୍ୟକ ତାହା କରାଯିବ ବୋଲି କହିଛନ୍ତି କଟକ ମେୟର। ଆସନ୍ତା କାଲି ଚାନ୍ଦ ଦେଖିବା ପରେ ପୁରା ଦେଶରେ ରମଜାନ ପର୍ବ ଆରମ୍ଭ ହେବ ।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ