ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ାରେ l କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଖଣତା ପଞ୍ଚାୟତ ବାଲିଝରି ଗାଁର ରାକେଶ ପାତ୍ର ଗାଡି ଡ୍ରାଇଭିଂ କରି ନିଜର ୩ ପିଲା, ସ୍ତ୍ରୀ ଆଉ ବୁଢ଼ା ବାପା-ମା’ଙ୍କୁ ନେଇ ସଂସାର ଚଳେଇଆସୁଥିଲା l ହେଲେ ହଠାତ ରାକେଶଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ କାରଣରୁ ଡାକ୍ତର ପରାମର୍ଶ କରିବା ସହ ପରୀକ୍ଷାନିରୀକ୍ଷା ପରେ କିଡନୀ ଖରାପ ଥିବା ଜାଣିବାକୁ ପାଇଥିଲେ l ଆଉ ଗତ ୧୨ ତାରିଖ ଦିନ କଟକ ବଡ଼ମେଡିକାଲରେ ରାକେଶଙ୍କ ବୃଦ୍ଧା ମା’ ଶିବାନୀ ତାଙ୍କୁ କିଡନୀ ଦେଇଥିଲେ ଓ ରାକେଶଙ୍କ କିଡନୀ ପ୍ରତ୍ୟାରୋପଣ କରାଯାଇଥିଲା l ହେଲେ ପ୍ରତ୍ୟାରୋପଣ ପରେ ରାକେଶ ସବୁଦିନ ଲାଗି ଆଖିବୁଜି ଦେଇଛନ୍ତି l
ଏହି ଖବର ଜାଣିବାପରେ ରାକେଶଙ୍କ ସ୍ତ୍ରୀ ଅନୁପମାଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ୨ଝିଅ ଓ ଗୋଟିଏ ୩ ବର୍ଷର ପୁଅ ଏବେ ହୋଇ ଯାଇଛନ୍ତି ବାପ ଛେଉଣ୍ଡ l ଆଉ ନିଜର ପୁଅର ଜୀବନ ବଞ୍ଚାଇବା ପାଇଁ ହସି ହସି ନିଜ କିଡନୀ ଦେଇଥିବା ବୃଦ୍ଧା ମା’ ଏବେ ରୋଗ ଶଯ୍ୟାରେ। ରାକେଶଙ୍କ ପରିବାରର ଏଭଳି ଦୁଃଖ ସମୟରେ ଉପଯୁକ୍ତ ତଦନ୍ତ କରାଯାଉ ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ସହ ବେସାହାରା ପରିବାରକୁ କ୍ଷତିପୂରଣ ଓ ସହାୟତା ରାଶି ଯୋଗାଇଦେବା ସହିତ ସରକାରୀ ସହାୟତା ମିଳିଲେ ବିଧବା ଅନୁପମାଙ୍କ ସହିତ ତିନୋଟି ପିଲା ଏ ଦୁନିଆଁରେ ବଞ୍ଚି ଯାଆନ୍ତେ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।