ଝଡ଼ ଝଞ୍ଜା,ଦୁଃଖ,ଯନ୍ତ୍ରଣା,ଅବସାଦ,କାଳିଆର ଛତ୍ର ଛାୟା ତଳେ ସଭିଏଁ ନିରାପଦ ।ସେଇଥିପାଇଁ ମାଆଟି ଜୟ ଜଗନ୍ନାଥ ଧ୍ୱନୀ ଶୁଣିଲା ମାତ୍ରକେ ପିଲାଟିର ହାତକୁ ଟେକି ଦଉଛି ଉପରକୁ ।ଆଉ ସେ ବି ଘଡ଼ିଏ ଚାହିଁ ରହିଯାଉଛି କଳାଶ୍ରୀମୁଖକୁ ।ସୁଦୂର ଭୁବନେଶ୍ୱରରୁ ମା ଧାଇଁ ଆସିଛି ନିଜ ଛୁଆଟିକୁ କୋଳରେ ଧରି ।ଜଗାଦର୍ଶନର ଲାଳସା ଆଉ ନିଜ ପିଲାର ଭବିଷ୍ୟତ କାମନା ଟାଣି ଆଣିଛି ଷାଠିଏ କିଲୋମିଟର ଦୂରକୁ।ଆଉ ସିଂହଦ୍ୱାରେ କଅଁଳା ପିଲାକୁ ଗଡେଇ ଦେଇ ମନେ ମନେ ଆଶ୍ୱସ୍ତ,ଯେମିତି କୋମଳ ଶରୀରଟି ବଜ୍ର ହୋଇଯିବ,କାଳିଆର ସେ ପହଣ୍ଡି ଦାଣ୍ଡର ସ୍ପର୍ଶ ଟିକକ ପାଇ।
ଇଏ ବି ଆଉ ଏକ କାଳିଆ ବିଶ୍ୱାସର ଦୃଶ୍ୟ ।ଏଠି ବି ନିଜ ପିଲାକୁ କାଳିଆ ସିଂହଦ୍ୱାରେ ଗଡାଇ ଦେଇ ବେଶ ଆଶ୍ୱସ୍ଥ ମାଆଟିଏ ।ପିଲାଟି କିଛି ଜାଣୁ କି ନଜାଣୁ,,ସେ ତ ସବୁ ଜାଣନ୍ତି,ସେ ଯେତେବେଳେ ଚାହିଁ ରହିଛନ୍ତି ଛୁଆଟିଏକୁ ଆଉ କି ବା ଲୋଡ଼ା ମଆଟିଏକୁ ...ଇଏ ତ ଥିଲା ଓଡ଼ିଆ ଘରର ଜଗନ୍ନାଥ ପ୍ରୀତି ଓ ଜଗନ୍ନାଥ ବିଶ୍ୱାସର କଥା ।ଏପଟେ ଦେଖୁନାହାନ୍ତି ।ଆଉ ଗୋଟିଏ ମାଆ।ଯୋଉଠି କଳାଠାକୁର ସେଇଠି ମାଆ ବି ଜାଣିଛି ଭାରି ନିରାପଦ ପିଲାଟି ତାର ।ସିଂହଦ୍ୱାର ପାଖ ଅସ୍ଥାୟୀ ଟେଣ୍ଟରେ ଜଗାର ମୂର୍ତ୍ତିଟିଏ ଆଉ ତାସହିତ ଜଗାର ହୃଦ ପଲ୍ଲବଟିଏ ରଖି ଦେଇଛନ୍ତି ଜଣେ ସେବକ।ଆଉ ସେଇ ସାନିଧ୍ୟ ପାଇ ରାଜ୍ୟ ବାହାରୁ ସୁଦୂର ପଞ୍ଜାବରୁ ଆସିଥିବା ଗୋଟିଏ ପରିବାର ହେଉଛନ୍ତି ଭାବବିହ୍ଵଳ ।
ଆଉ ନିଜ ପିଲାକୁ କାଳିଆ ଚରଣରେ ସେଇଠି ଗଡେଇ ଦେଉଛି ମାଆ ।କାଳେ କାଳିଆ ଠାକୁର ସବୁ ସମୟରେ ହୋଇବେ ସାହା । ମାଆ ସବୁବେଳେ ମାଆ ।ପିଲାର ମଙ୍ଗଳ ପାଇଁ ମାଆ କିଛି ବି କରିପାରେ ।ସେ ହେଉ ଯେଉଁ ଜାତିର ହେଉ ଅବା ଯେଉଁ ବର୍ଣ୍ଣର ।ହେଲେ ମାଆକୁ ସବୁ ଭୟରୁ ବିରାମ ମିଳେ ,ସବୁ ଚିନ୍ତାରୁ ଆଶ୍ବସ୍ଥି ମିଳେ,ଆଉ ପିଲାର ଭବିଷ୍ୟତ ନେଇ ସବୁ ଅନବନା ଭାବନାରୁ ବିରାମ ମିଳେ, ଯେଉଁଠି ବିରାଜମାନ କଳାଠାକୂର।