ମହିଳାଙ୍କ ଅଭିଯୋଗ ତାଙ୍କ ସ୍ବାମୀ ତାଙ୍କୁ ଛାଡିଯିବା ପରେ ବହୁ କଷ୍ଟରେ ନିଜ ପିଲାଙ୍କୁ ସେ ମଣିଷ କରିଛନ୍ତି। ହେଲେ ତାଙ୍କ ଝିଅ କୁସଙ୍ଗରେ ପଡି ସବୁ ସାରିଦେଇଛି। ଖରାପ ବାଟକୁ ଚାଲିଯାଇଛି ଝିଅ।
ବାରରେ ବସି ମଦ ପିଉଛି, ଡଗ୍ସ ଖାଉଛି। କିଛି ଖରାପ ଝିଅ ଓ ପୁଅଙ୍କ ସହ ମିଶି ସେ ନିଜକୁ ନଷ୍ଟ କରି ସାରିଲାଣି। ଏ ନେଇ ଆକଟ କରିବାରୁ ତାଙ୍କ ଝିଅ ତାଙ୍କୁ ଆମ୍ପୁଡା କାମୁଡା କରି ଲହୁଲୁହାଣ ମଧ୍ୟ କରୁଛି।
ନିକଟରେ କିଛି ସାଙ୍ଗ ସମ୍ପୃକ୍ତ ଯୁବତୀଙ୍କ ଘରକୁ ଆସିଥିବା ବେଳେ ତାଙ୍କ ମା’ ସେମାନଙ୍କୁ ଅଟକାଇଥିଲେ। ପରେ ସେହି ପିଲାମାନଙ୍କ ଭିତରୁ ଜଣେ ଝିଅ ମହିଳାଙ୍କ ଉପରକୁ ହାତ ଉଠାଇଥିବା ମଧ୍ୟ ଅଭିଯୋଗ ହୋଇଛି।
ଧଉଳୀ ଥାନା ଅଧିକାରୀ ଏ ନେଇ ତଦନ୍ତ ଚାଲିଛି ବୋଲି କହୁଛନ୍ତି।