ଯେ ପର୍ଯ୍ୟନ୍ତ ଟ୍ରକ ଭଡା ବୃଦ୍ଧିକୁ ନେଇ କୌଣସି ନିଷ୍କର୍ଷ ନ ବାହାରିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଟ୍ରକ ମାଲିକ ସଙ୍ଘ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ତାଳଚେରରେ ଦୀର୍ଘ ୬ ଦିନ ଧରି ଚାଲିଛି ଟ୍ରକ ଧର୍ମଘଟ । ଟ୍ରକ ଭଡା ବୃଦ୍ଧି ଦାବି ନେଇ ଗତ ୯ ତାରିଖରୁ ଏହି ଆନ୍ଦୋଳନ ଡାକରା ଦେଇଥିଲେ ଟ୍ରକ ମାଲିକ ସଙ୍ଘ । ତାଳଚେର ଓ କଣିହାଁର ସମସ୍ତ କୋଇଲା ଖଣିରୁ ଟ୍ରକ ଯୋଗେ କୋଇଲା ପରିବହନ ବନ୍ଦ ରହିଥିଲା । ତେବେ ପ୍ରଶାସନ ଓ ପ୍ଲାଣ୍ଟ କତ୍ତୃପକ୍ଷଙ୍କ ସହିତ ଟ୍ରକ ମାଲିକ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜିଠାରୁ ସମସ୍ତ କୋଇଲା ଖଣିରୁ ଟ୍ରେନ ଯୋଗେ କୋଇଲା ପରିବହନକୁ ବନ୍ଦ କରାଯାଇଛି ।
ଯେ ପର୍ଯ୍ୟନ୍ତ ଟ୍ରକ ଭଡା ବୃଦ୍ଧିକୁ ନେଇ କୌଣସି ନିଷ୍କର୍ଷ ନ ବାହାରିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଟ୍ରକ ମାଲିକ ସଙ୍ଘ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଦେହ ବ୍ୟବସାୟ ସନ୍ଦେହରେ ଦୁଇ ଜଣ ମହିଳା ସମେତ ଦୁଇ ଜଣ ଯୁବକକୁ ଗଛରେ ବାନ୍ଧି ନିସ୍ତୁକ ମାଡ଼। ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଲକ୍ଷ୍ମୀପାଟଣା ଗାଁରେ ଏକ କୁଡିଆ ଘରେ ସେକ୍ସ ରାକେଟ ଚାଲିଥିବା ଅଭିଯୋଗ ହୋଇଛି । ପଶ୍ଚିମବଙ୍ଗର ଜଣେ ଯୁବକ ଆସି କିଛି ମହିଳାଙ୍କୁ ରଖି ଦେହ ବ୍ୟବସାୟ କରୁଥିବା ଅନୁମାନ କରି ବାରମ୍ବାର ବିରୋଧ କରୁଥିଲେ ଗ୍ରାମବାସୀ ।
ଶେଷରେ ଗାଁର ମହିଳା ଓ ପୁରୁଷ ଏକାଠି ହୋଇ ଘରର କବାଟ ଭାଙ୍ଗି 4ଜଣ ମହିଳା ଓ ପୁରୁଷଙ୍କୁ ଘରୁ ଟାଣିନେଇଥିଲେ । ଗଛରେ ବାନ୍ଧିବା ସହ ନିର୍ଧୁମ ମାଡ଼ ଦେଇଥିଲେ । ଭୋଗରାଇ ପୋଲିସ ଗ୍ରାମବାସୀଙ୍କ କବଳରୁ 4ଜଣଙ୍କୁ ଉଦ୍ଧାର କରିଛି । କିନ୍ତୁ ଉତ୍ତେଜନା ପ୍ରକାଶ ପାଇବା ସହ ପୋଲିସ ଗାଡ଼ିକୁ ଅଟକ ରଖିଛନ୍ତି ଗ୍ରାମବାସୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବିଜେଡି ଛାଡ଼ିଲେ ରାଜ୍ୟ ସମ୍ପାଦକ ମଙ୍ଗଳ ସାହୁ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର । ପୂର୍ବରୁ ମଙ୍ଗଳ ସାହୁ ଝାରସୁଗୁଡ଼ାର ଜିଲ୍ଲା ବିଜେପି ସଭାପତି ଥିବାବେଳେ, ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିଲେ । ଆଜି ଘର ବାହୁଡ଼ା କରିବା ସହ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇପାରନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ମୁମ୍ବାଇରେ ବିକ୍ରି ହେଉଛି ରାଜ୍ୟସରକାରଙ୍କ ଦ୍ୱାରା ତିଆରି ହୋଇଥିବା ବ୍ୟାଗ୍ । ଫୁଟପାଥରେ ବସି ଜଣେ ବ୍ୟକ୍ତି ବ୍ୟାଗ୍ ବିକୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆମ ଓଡିଶା -ନବୀନ ଓଡିଶା ଲେଖାଥିବା ସହ ଏଥିରେ ରାଜ୍ୟ ସରକାରଙ୍କ ଲୋଗୋ ରହିଛି । ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ବଣ୍ଟନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୯୫ ଲକ୍ଷ ବ୍ୟାଗ ତିଆରି ହୋଇଥିଲା । କିନ୍ତୁ ଏହି ବ୍ୟାଗକୁ ନେଇ କେତେ ଖର୍ଚ୍ଚ ହୋଇଛି, କେଉଁ ସଂସ୍ଥା ନିର୍ମାଣ କରିଛି ସେ ନେଇ ରାଜ୍ୟ କୌଣସି ତଥ୍ୟ ଦେଇ ନଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: