ଅର୍ଗସ ବ୍ୟୁରୋ: କୋର୍ଟ ପ୍ରସ୍ତୁତ। ଖେଳାଳୀ ପ୍ରସ୍ତୁତ। ଲକ୍ଷ୍ୟ ଗୋଲ୍ଡ ମେଡାଲ। କଟକ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ୩୬ ତମ ଜାତୀୟ ସବ୍ ଜୁନିଅର କ୍ୟୁରୋଗୀ ଓ ୧୧ ତମ ଜାତୀୟ ସବ ଜୁନିଅର ପୁମସାଏ ଟାଏକଉଣ୍ଡୋ ଚାମ୍ପିଅନସିପ। ଯେଉଁଥିରେ ପ୍ରାୟ ୩୦ ଟି ରାଜ୍ୟର ୮୫୨ ଜଣ ଖେଳାଳୀ ଭାଗ ନେଇଛନ୍ତି। ଉଭୟ ବାଳକ ଓ ବାଳିକା ଖେଳାଳୀ ଏହି ଚାମ୍ପିଅନସିପରେ ଭାଗ ନେଇଛନ୍ତି। ଏଥିରେ ୭ ବର୍ଷରୁ ୧୧ ବର୍ଷ ବୟସ ପର୍ଯ୍ୟନ୍ତ ଖେଳାଳୀ ସାମିଲ ଅଛନ୍ତି। ଓଡ଼ିଶା, ଆସାମ, ବିହାର, ଉତ୍ତର ପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, ମଧ୍ୟ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ଅରୁଣାଚଳ ପ୍ରଦେଶ, କର୍ଣ୍ଣାଟକ ଭଳି ରାଜ୍ୟର ଅନେକ ଦକ୍ଷ ସବ୍ ଜୁନିଅର ଖେଳାଳୀ ଏଥିରେ ଭାଗ ନେଇଛନ୍ତି।
ଆଜି ଠାରୁ ଆରମ୍ଭ ହୋଇଥିବା ନେସନାଲ ଚାମ୍ପିୟନସିପ ଆସନ୍ତା ୨୭ ତାରିଖରେ ଶେଷ ହେବ। ପ୍ରଥମ ଦିନ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ କଟକ ମହାନଗର ନିଗମ ମେୟର ସୁବାସ ସିଂଙ୍କ ସମେତ ଭାରତୀୟ ଟାଏକଉଣ୍ଡୋ ସଂଘ ସାଧାରଣ ସମ୍ପାଦକ ଆଇନଜୀବୀ ଆର ଡି ମଙ୍ଗୁଏସକର ଓ ଓଡ଼ିଶା ଟାଏକଉଣ୍ଡୋ ସଂଘର ସମସ୍ତ ନେତୃବୃନ୍ଦ ଯୋଗ ଦେଇଥିଲେ।
ରାଜ୍ୟ ସରକାର ଏହି କ୍ରୀଡାକୁ ପ୍ରୋତ୍ସାହନ ଦେଲେ ଆଗାମୀ ସମୟରେ ଅଲମ୍ପିକ୍ସରେ ରାଜ୍ୟ ତଥା ଦେଶ ପାଇଁ ଗର୍ବ ଆଣିବା ପାଇଁ ଆହୁରି ଭଲ ଖେଳାଳୀ ପ୍ରସ୍ତୁତ ହେବେ ବୋଲି ପୂର୍ବତନ ଖେଳାଳୀ କହିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: