ଅଧିକ ପଢନ୍ତୁ ଓଡ଼ିଶା ଖବର
ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବଢୁଛି ରାହିଙ୍ଗ୍ୟାଙ୍କ ସଂଖ୍ୟା । ଏହାସହିତ ବଢୁଛି ଆପରାଧିକ କାର୍ଯ୍ୟକଳାପର କଳା ତାଲିକା । ବିଦେଶୀଙ୍କ ସନ୍ଦେହଜନକ ଗତିବିଧି ଉପରେ ନଜର ରଖିବା ସହ ସ୍ଥାନୀୟ ପୋଲିସ ପ୍ରଶାସନ ଓ ରାଜସ୍ବ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ବାରମ୍ବାର ଦାବି କରୁଛନ୍ତି ସ୍ଥାନୀୟ ଲୋକେ । ଏବେଠାରୁ ସାସତର୍କ ନହେଲେ ଆଗକୁ ବିଦେଶୀମାନେ ବଡ଼ ଧରଣର ସମାସ୍ୟାର କାରଣ ହେବେ ବୋଲି କହିଛନ୍ତି ଅବସରପ୍ରାପ୍ତ ବରିଷ୍ଠ ପୋଲିଶ ଅଧିକାରୀ ।
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବେପାର ବାହାନାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିବା ରାଜ୍ୟ ସରକାର ଜାଣୁ ଥିଲେବି, ଏଯାଏ ବିଦେଶୀଙ୍କୁ ଚିହ୍ନଟ କରିବାକୁ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଆଗାମୀ ଦିନରେ ଯଦି ରୋହିଙ୍ଗ୍ୟା କୌଣସି ବଡ଼ ଧରଣର ସମସ୍ୟା ସୃଷ୍ଟି କରନ୍ତି, ସେଥିପାଇଁ କିଏ ଦାୟୀ ରହିବ ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି ।