ବିଏମ୍ସି ବର୍ଷା ସିଜିନ ଆରମ୍ବ ରୁ ଡେଙ୍ଗୁ ମୁକାବିଲା କରିବା ପାଇଁ ସପ୍ତାହରେ ଦୁଇ ଦିନ ଡ୍ରାଏ ଡେ ପାଳନ ସହ ସଚେତନତା ରଥ ୱାର୍ଡ ବୁଲି ସଚେତନ କରୁଥିଲା ବର୍ତ୍ତମାନ ସ୍ଥିତିରେ ସବୁ ଫେଲ ମାରିଥିବା ଦେଖିବାକୁ ମିଳୁଛି । କେବଳ ସହରାଞ୍ଚଳରେ ନୁହେଁ ଖୋର୍ଦ୍ଧା ଜିଲ୍ଲା ଗ୍ରାମାଞ୍ଚଳ ତଥା ଭୁବନେଶ୍ୱର ଉପକଣ୍ଠରୁ ଚିହ୍ନଟ ହେଲେଣି 5ଶହରୁ ଅଧିକ ରୋଗୀ। ରେଡ଼ ଯୋନରେ ଖୋର୍ଦ୍ଧା, ଥିବାବେଳେ ଭୁବନେଶ୍ୱର ହଟସ୍ପଟ ପାଲଟିଛି। ତେବେ ଜାନୁଆରୀରେ ଜଣେ ରୋଗୀ ଚିହ୍ନଟ ହୋଇଥିଲେ।
ମାର୍ଚ୍ଚରେ ୫, ଏପ୍ରିଲ ଓ ମେ ମାସରେ ୬ ଜଣ ଆକ୍ରାନ୍ତ ବାହାରିଥିଲେ। ଜୁନ୍ରେ ସଂଖ୍ୟା ବଢି ସିଧା ୬୯ରେ ପହଞ୍ଚିଥିଲା। ଜୁଲାଇରେ ୨୦୩ ରୋଗୀ ଚିହ୍ନଟ ହୋଇଛନ୍ତି। ଗତ ଦୁଇ ମାସ ହେବ ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି। ଅଗଷ୍ଟ ମାସରେ ୭୬୩ ଏବଂ ସେପ୍ଟେମ୍ବର ମାସ ଗତକାଲି ସୁଦ୍ଦା ୯୩୫ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି।
ସ୍ଵାସ୍ଥ୍ୟ ଖବର ଆହୁରି ପଢନ୍ତୁ ।