ଯାହାକୁ ନେଇ ଜୈନିକ ବ୍ୟକ୍ତିଙ୍କୁ ଅଟକ ରଖି ମାରପିଟ କରିଥିଲେ। ପରେ ତାଙ୍କ ସ୍ତ୍ରୀ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ବାଲିଆପାଳ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି । ଅନ୍ୟପଟେ କରୋନାର ଭୟାବହତା କମିନଥିବାବେଳେ ଏହାକୁ ଖୋଲାଖୋଲି ଉଲଂଘନ କରିଛନ୍ତି ସାଧାରଣ ଲୋକେ।
କଙ୍ଗାରୁ କୋର୍ଟ, ଛେଳି ଚରାଇବାକୁ କେନ୍ଦ୍ର କରି ସ୍ୱାମୀ ଓ ସ୍ତ୍ରୀକୁ ଗଛରେ ବାନ୍ଧି ନିର୍ଧୁମ ପିଟିଲେ ଲୋକେ

ବାଲେଶ୍ୱର: ବାଲେଶ୍ୱର ବାଲିଆପାଳରେ ପୁଣି କଙ୍ଗାରୁ କୋର୍ଟ । ଛେଳି ଚରାଇବା ଘଟଣାକକୁ କେନ୍ଦ୍ର କରି ସ୍ୱାମୀ ଓ ସ୍ତ୍ରୀକୁ ଗଛରେ ବାନ୍ଧି ନିର୍ଧୁମ ପିଟିଲେ ଲୋକେ । ବାଲିଆପାଳ ଥାନା ଅନ୍ତର୍ଗତ ରେମୁ ଗ୍ରାମର ଜଣେ ବ୍ୟକ୍ତି ଛେଳି ଚରେଇବା ପାଇଁ ଯାଇଥିଲେ । ସେହି ସମୟରେ ରେମୁ ଗ୍ରାମର କାର୍ତ୍ତିକ ବିବିଶ୍ବାଳଙ୍କ ବାଡ଼ିକୁ ଛେଳି ପଶି ଯାଇଥିଲା ।
Download Argus News App
