ଛୋଟ ବଡ଼ କେତୋଟି ଦୁର୍ଘଟଣା ଘଟିଲା ପରେ ଏ ରାସ୍ତାରେ ସ୍କୁଲ ଯାଉଥିବା ପିଲା ଭୟ କଲେଣି ଶିକ୍ଷକ,ଅଭିଭାବକ ବି ଚିନ୍ତାରେ ଏଣେ ବର୍ଷା ପାଣି ଆସିଲେ କେତେବେଳେ ଯେ ଅଘଟଣ ନଘଟିବ କିଏ ବା କହିବ ତେଣୁ ଆଶା ଆଶଙ୍କା ରେ ଗ୍ରାମବାସୀ । ଗତ ଜୁନ ତିନି ତାରିଖ ଢଳେଇ ପରଠୁ ଓ୍ୱାରିଂ କୋଟ୍ ଢଳେଇ ପାଇଁ ରଡ଼ ପଡ଼ି ପଡ଼ି ନଷ୍ଟ ହେଲାଣି ହେଲେ ଏଠି କାହାର ଦେଖା ନାହିଁ ତେଣୁ ବର୍ଷା ଆସିବାରୁ ସେତୁ କୁ ନେଇ ଆଶଙ୍କା ରେ ଥିବା ଗ୍ରାମବାସୀ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରିଥିଲେ ହେଲେ, ଯନ୍ତ୍ରୀ ସହଯୋଗ କରିବେ କଣ ବରଂ କହିଲେ ବାପାଙ୍କ କଥା ପୁଅ ତ ମାନୁନି ! ଆମେ ଠିକାଦାର କୁ କହୁଛୁ ହେଲେ ସେ ଶୁଣୁନାହାନ୍ତି ଆମେ କ'ଣ କରିପାରିବୁ ?ଏହା ଶୁଣି ଗ୍ରାମବାସୀ ଏକ ପ୍ରକାରର ହତାସ୍। ପ୍ରଶ୍ନ ଉଠୁଛି ଯଦି ଠିକାଦାର ଯନ୍ତ୍ରୀ ଙ୍କ କଥା ଶୁଣୁ ନାହାନ୍ତି ତାହାହେଲେ ଏ ଯେଉଁ ସେତୁ ନିର୍ମାଣ ହୋଇଛି ତା'ର ମାନ କ'ଣ ହୋଇଥିବ ଏଥିରୁ ଜଣାପଡୁଛି। ତେବେ ଦେଖିବାକୁ ବାକି ରହିଲା କେବେ ସୁଧୁରିବ ଏ ଗ୍ରାମବାସୀ ଙ୍କ ସମସ୍ୟା, ଆଉ ସେ ସୁବିଧା ରେ ଗମନାଗମନ କରୁଛନ୍ତି ନାଁ ଅଧାପନ୍ତରିଆ ହୋଇ ପଡି ଗ୍ରାମବାସୀ ଙ୍କ ସମସ୍ୟା ବଢ଼ାଉଛି ଏ ସେତୁ।
ଅଧିକ ପଢନ୍ତୁ ଓଡିଶା ଖବର