ସେହିଭଳି ନାମଜାରି ,ଉତ୍ତରାଧିକାରୀ,ଜାତିଗତ ଏବଂ ସମସ୍ତ ପ୍ରମାଣପତ୍ର ପାଇଁ ଆରଆଇ ଉକ୍ତ ଦଲାଲ ଉପରେ ନିର୍ଭର କରିଥାଆନ୍ତି। ଏବଂ ବିଭିନ୍ନ ସମୟରେ ଉକ୍ତ ଦଲାଲ ଅଫିସକୁ ଆସିଥିବା ଲୋକମାନଙ୍କୁ ଦୁର୍ବ୍ୟବହାର କରିବା ସହିତ ଅଫିସ ବନ୍ଦ ପରେ ମଧ୍ୟ ଅଫିସରେ ଉପସ୍ଥିତ ରହିଥାଆନ୍ତି। ଏମିତିକି ରାତି ଅଧରେ ମଧ୍ୟ ଏହି ଦଲାଲ ଅଫିସରେ ଉପସ୍ଥିତ ରହିଥାଆନ୍ତି। ଆଗାମୀ ଦିନରେ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସୋର-କୁପାରି ରାଜ୍ୟ ରାଜପଥକୁ ଅବରୋଧ କରିବା ସହିତ ଆରଆଇ ଅଫିସକୁ ଘେରାଉ କରିବା ସହିତ ବାଲେଶ୍ୱର ଜିଲ୍ଲାପାଳ,ଉପଜିଲ୍ଲାପାଳ ୫ଟି ସଚିବ ଓ ରାଜସ୍ୱ ମନ୍ତ୍ରୀ ଙ୍କୁ ଲିଖିତ ଅଭିଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଏ ବିଷୟରେ ଖଇରା ତହସିଲଦାର ମହେନ୍ଦ୍ର କୁମାର ବେହେରାଙ୍କୁ ପଚାରିବାରେ ସେ ଲିଖିତ ଅଭିଯୋଗ ପାଇଛନ୍ତି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେବୋଲି କହିଛନ୍ତି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।