ପ୍ରଧାନ ଶିକ୍ଷୟତ୍ରୀ ମଧ୍ୟ ତାଙ୍କ ସହ ଗପ ଜମାଉଥିବା ବେଳେ ପାଠ ପଢ଼ାଇବାରେ ଧ୍ୟାନ ଦେଉ ନାହାନ୍ତି। ଯାହାକୁ ନେଇ ବିଦ୍ୟାଳୟ ର ଅନ୍ୟ ଜଣେ ଶିକ୍ଷକ ପ୍ରତିବାଦ କରିବାରୁ ତାଙ୍କୁ ବଦଳି କରିଦେବାକୁ ଧମକ ଦେଉଛନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକେ ଓ ଛାତ୍ରଛାତ୍ରୀ ବିଦ୍ୟାଳୟ ଘେରାଉ କରିବା ସହିତ ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ଅନ୍ୟତ୍ର ବଦଳି ଓ ଚେୟାରମ୍ୟାନ ଙ୍କୁ ବହିଷ୍କାର କରିବାକୁ ଦାବି ରଖିଛନ୍ତି। ଅନ୍ୟପକ୍ଷରେ ବ୍ଲକର ଅତିରିକ୍ତ ଶିକ୍ଷାଧିକାରୀ ଘଟଣାର ତଦନ୍ତ କରିବା ସହିତ ଉପରସ୍ତ ଅଧିକାରୀ ଙ୍କୁ ଅବଗତ କରାଇଥିବା ପ୍ରକାଶ କରିଛନ୍ତି।
ପ୍ରଧାନ ଶିକ୍ଷୟତ୍ରୀ ଏବଂ ସ୍କୁଲ ଚେୟାରମ୍ୟାନଙ୍କୁ ବରଖାସ୍ତ ଦାବିରେ ବିଦ୍ୟାଳୟ ଘେରାଉ

କେନ୍ଦୁଝର: ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ବଦଳି ଓ ସ୍କୁଲ ଚେୟାରମ୍ୟାନ ଙ୍କୁ ବରଖାସ୍ତ ଦାବି ରଖି ବିଦ୍ୟାଳୟ ଘେରାଉ କଲେ ଅଭିଭାବକ ଓ ଛାତ୍ରଛାତ୍ରୀ। ସୂଚନାନୁଯାୟୀ ହାଟଡ଼ିହି ବ୍ଲକ କାନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କିଛି ଦିନ ଧରି ଅବ୍ୟବସ୍ଥା ଲାଗି ରହିଛି। ବିଦ୍ୟାଳୟ ର ଚେୟାରମ୍ୟାନ ଥିବା ସ୍ଥାନୀୟ ଜଣେ ବ୍ୟକ୍ତି ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଙ୍କ କାର୍ଯ୍ୟାଳୟରେ ସବୁ ସମୟରେ ବସି ରହୁଥିବା ବେଳେ ଛାତ୍ରଛାତ୍ରୀ ଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି।
Download Argus News App
