ଅଧିକ ପଢନ୍ତୁ ଓଡ଼ିଶା ଖବର
୨୩ବର୍ଷ ନବୀନ ଶାସନରେ ରାଜ୍ୟରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଛି । ଗତବର୍ଷର ସଡକ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଗତ ୫ବର୍ଷର ସମସ୍ତ ରେକର୍ଡ ଭାଙ୍ଗିଛି । ସଡକ ଦୁର୍ଘଟଣାରେ ୨୦୨୨ରେ ୫ହଜାର ୪୬୭ଜଣ ମୃତ୍ୟୁ ହୋଇଥିବାବେଳେ ୧୧,୬୬୩ ଆହତ ହୋଇଛନ୍ତି । ଗତ ୫ବର୍ଷରେ ମୋଟ ୫୪,୭୯୦ଟି ସଡକ ଦୁର୍ଘଟଣା ହୋଇଛି ସେଥିରୁ ୨୫,୯୩୪ଜଣ ମୃତ୍ୟୁବରଣ କରିଥିବାବେଳେ ୫୧,୮୭୩ଆହତ ହୋଇଛନ୍ତି । ଅନ୍ୟପଟେ ରାଜ୍ୟ ସରକାର ସଡକ ସଚେତନତା ବାବଦକୁ ୫ବର୍ଷରେ ୭୯କୋଟି ୧୨ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି କହୁଛନ୍ତି । ଯଦି ରାଜ୍ୟ ସରକାର ସଡକ ଦୁର୍ଘଟଣା ପାଇଁ ଏତେ ଚିନ୍ତିତ ତାହାଲେ ରାଜ୍ୟରେ ଏତେ ପରିମାଣରେ ଦୁର୍ଘଟଣା କିପରି ବଢ଼ୁଛି ତାହାର ଉତର ରାଜ୍ୟ ସରକାର ଦିଅନ୍ତୁ ବୋଲି ଶ୍ରୀ ସାମଲ କହିଛନ୍ତି ।
ନବୀନ ସରକାରରେ ମାଳ ମାଳ ଯୋଜନା, ଯାହାକି କେବଳ କାଗଜ କଲମରେ ସୀମିତ । କିନ୍ତୁ ତାହା ‘ଗ୍ରାଉଣ୍ଡ’ରେ କାର୍ଯ୍ୟକାରୀ ହେଉନାହିଁ । “ଆକ୍ସିଡେଂଟାଲ ଇମିଡିଏଟ୍ ରେସ୍ପନ୍ସ” ପାଇଁ ରାଜ୍ୟ ସରକାର କୌଣସି ଯୋଜନା କରିନାହାନ୍ତି । ଦୁର୍ଘଟଣାର ଘଂଟାଏ ପରେ ପୋଲିସ ଦୁର୍ଘଟଣା ସ୍ଥଳରେ ପହଂଚୁଛି । ତତ୍କାଳୀନ ଚିକିତ୍ସା ପାଇଁ କୈାଣସି ନିର୍ଦ୍ଧିଷ୍ଟ ନୀତିନିୟମ ନାହିଁ । ରାଜ୍ୟ ସରକାରଙ୍କ “ମୃତ୍ୟୁ ଶୂନ୍ୟ ସପ୍ତାହ” ଆଜି ଏକ ପ୍ରହତ୍ସନରେ ପରିଣତ ହୋଇଥିବା ଏହା ଦୁର୍ଘଟଣାରୁ ସ୍ପଷ୍ଟ ବାରି ହୋଇପଡୁଛି । ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ପ୍ରତିଟି ବ୍ୟକ୍ତି ପାଇଁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଅନ୍ତୁ ରାଜ୍ୟ ସରକାର ବୋଲି ଶ୍ରୀ ସାମଲ ଦାବୀ କରିଛନ୍ତି ।