ନିମାପଡା : ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣୁଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି I ସେଥିପାଇଁ ସରକାରୀ ତହବିଲ ରୁ ଖର୍ଚ୍ଚ ହେଉଛି କୋଟିକୋଟି ଟଙ୍କା I କିନ୍ତୁ ବାସ୍ତବରେ ଶିକ୍ଷା ବ୍ୟବସ୍ତାର ବିକଳ ଚିତ୍ର ଦେଖିବାକୁ ମିଳିଛି ଖୋଦ ଗଣଶିକ୍ଷା ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ I ଶିକ୍ଷକ ଅଭାବକୁ ନେଇ ଗଡ଼ଚାନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକେଇ ସ୍କୁଲ ଆଗରେ ଧାରଣା ଦେଲେ ଛାତ୍ର ଛାତ୍ରୀ ଓ ଅଭିଭାବକ I ପୁରୀ ଜିଲ୍ଲା ନିମାପଡା ବ୍ଲକ ଉଛୁପୁର ପଞ୍ଚାୟତ ଗଡ଼ଚାନ୍ଦପୁର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ତାତିଲେ ଛାତ୍ରଛାତ୍ରୀ l ଗୁରୁତ୍ୱପୂର୍ଣ ବିଷୟଟି ହେଉଛି ବିଦ୍ୟାଳୟଟି ଗଣଶିକ୍ଷାମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଅବସ୍ଥିତ I ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ମୋଟ 153 ଜଣ ଅଧୟନ କରୁଛନ୍ତି l ସରକାରୀ ନିୟମ ଅନୁଯାୟୀ ଏଠାରେ 7ଜଣ ଶିକ୍ଷକ ରହିବା ଆବଶ୍ୟକ l ବର୍ତ୍ତମାନ ଏଠାରେ ପ୍ରଧାନଶିକ୍ଷକଙ୍କୁ ମିଶାଇ 4ଜଣ ରହିଛନ୍ତି l
ସେମାଙ୍କ ମଧ୍ୟରୁ ଜଣେ ଶିକ୍ଷୟତ୍ରୀ ଦୀର୍ଘଦିନ ହେବ ପ୍ରସୂତିକାଳୀନ ଛୁଟିରେ ରହିଛନ୍ତି l ଆସନ୍ତା 21ତାରିଖରେ ପରୀକ୍ଷା l ପାଠପଢ଼ାରେ ବ୍ୟାହତ ହେଉଛି l ବାରମ୍ବାର ଅଭିଯୋଗ ପରେ କତୃପକ୍ଷ ଶୁଣୁନଥିବାରୁ ଆଜି ଛାତ୍ରଛାତ୍ରୀ ବିଦ୍ୟାଳୟରେ ତାଲା ପକାଇ ସମ୍ମୁଖରେ ବସିରହିଛନ୍ତି I ଯେ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ନହୋଇଛି ଧାରଣ ଜାରୀ ରହିବ ବୋଲି ଅଭିଭାବକ ମତ ପ୍ରକାଶ କରିଛନ୍ତି I
ଅଧିକ ପଢନ୍ତୁ : ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ
ଶିକ୍ଷାର ସୁବ୍ୟବସ୍ଥା ପାଇଁ ରାଜ୍ୟସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ତାର ସଫଳ ରୂପାୟନ ହେଉଛି ନା ନାହିଁ ଗଡ଼ଚାନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ପଷ୍ଟ ବାରିହେଇପଡୁଛି I କେବେ ଛାତ୍ରଛାତ୍ରୀଙ୍କ ଦାବି ପୂରଣ ହେଉଛି ତାହା ଦେଖିବାକୁ ବାକିରହିଲା I
ଅଧିକ ପଢନ୍ତୁ