ଅଧିକ ପଢନ୍ତୁ ଓଡ଼ିଶା ଖବର
ସମ୍ବଲପୁର: ସମ୍ବଲପୁର ରେଢାଖୋଲରେ ନିର୍ବାଚନ ମଇଦାନରେ ଜନତାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଛନ୍ତି ବଡ଼ ପ୍ରତିଶ୍ରୁତି । କହିଛନ୍ତି, ହଳିଆ ହୋଇ ସମ୍ବଲପୁରବାସୀଙ୍କ ସେବା କରିବେ । ମୋଦିଙ୍କ ଗ୍ୟାରେଣ୍ଟି, ଦୂର ହେବ ବିଡ଼ି ଶ୍ରମିକଙ୍କ ସମସ୍ୟା । ଏହାସହ ଡବଲ ଇଞ୍ଜିନ ସରକାର ଆସିଲେ ଓଡ଼ିଶାବାସୀଙ୍କ ଭାଗ୍ୟ ବଦଳିବ ବୋଲି ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସମ୍ବଲପୁର ରେଢାଖୋଲରେ ପ୍ରଚାର ମୈଦାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟାମ୍ପରଗଡ଼ରେ ଶ୍ରୀରାମ ସ୍ତୁତି ସମାରୋହରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ଓଡ଼ିଶାରେ ବି ମୋଦି ସରକାର ପାଇଁ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି, ଓଡ଼ିଶାରେ ହେବ ଡବଲ୍ ଇଞ୍ଜିନ ସରକାର । ଦିଲ୍ଲୀରେ ସମ୍ବଲପୁରବାସୀଙ୍କ କଥା ଉଠାଇବି । ଜନତାଙ୍କ ହଳିଆ ହୋଇ ସେବା କରିବି ।
ଗରିବ, ଦୁଃଖୀ, ବଞ୍ଚିତ ଓ ମହିଳାଙ୍କ ସ୍ବାର୍ଥ ପ୍ରତି ଅଗ୍ରାଧିକାର ଦେଉଛନ୍ତି ମୋଦି ସରକାର। 2029 ଯାଏଁ ସବୁ ଗରିବଙ୍କୁ ମାଗଣାରେ 5 କିଲୋ ଚାଉଳ ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । 2004ରୁ 2014, କଂଗ୍ରେସର 10 ବର୍ଷର ଶାସନରେ ଓଡ଼ିଶାକୁ ମିଳିଥିଲା ମାତ୍ର 3 ଲକ୍ଷ କୋଟି, ମୋଦିଙ୍କ ଶାସନର 10 ବର୍ଷରେ ଓଡ଼଼ିଶାକୁ ମିଳିଛି 18 ଲକ୍ଷ କୋଟିର ଅନୁଦାନ। କିନ୍ତୁ ବିଜେଡି ଶାସନରେ ମୋଦି ଦେଉଥିବା ଟଙ୍କା ହୋଇଯାଉଛି ବାଟମାରଣା। ଏଥିସହ ବିଡ଼ି ଶ୍ରମିକଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସ୍ତୁତିସଭା ପୂର୍ବରୁ ରେଢାଖୋଲର ଡଙ୍ଗରପଡ଼ା ଶ୍ରୀ ଜଗନ୍ନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ଟାମ୍ପରଗଡ ସ୍ଥିତ ମା' ଦକ୍ଷିଣକାଳୀ ଶକ୍ତିପୀଠକୁ ଯାଇ ମଧ୍ୟ ମା'ଙ୍କ ଆଶିଷ ଲାଭ କରିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଜାମ୍ମୁ କାଶ୍ମୀର ପୁଞ୍ଚ୍ରେ IAF କନ୍ଭଏ ଉପରେ ଆତଙ୍କବାଦୀ ହମଲା ହୋଇଛି। ଆତଙ୍କୀ ହମ୍ଲାରେ ଯବାନ ଗୁରୁତର ହୋଇଥିବା ସୂଚନା ରହିଛି।ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ୍ ପକ୍ଷରୁ କର୍ଡନ କରି ଜୋରଦାର ତଲାସୀ। ଏହି ଆକ୍ରମଣରେ ଅନେକ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣ ସୁରନକୋଟର ସନାଇ ଗାଁରେ ହୋଇଛି । ଭାରତୀୟ ସେନା ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର: