ମୟୁରଭଞ୍ଜରେ ମଧ୍ୟ ସମାନ ସ୍ଥିତି । ପ୍ରବଳ ଯାଡରେ ଥରୁଛି ମୟୁରଭଞ୍ଜ। ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଛି। ଉପର ବାରାକାମୁଡ଼ାରେ ତାପମାତ୍ରା ୧ ଡିଗ୍ରୀକୁ ଖସିଛି ପାରଦ । ଶିମିଳିପାଳ ଓ ପାଦ ଦେଶରେ ହାଡ଼ଭଙ୍ଗା ଶୀତ ଯୋଗୁଁ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ ।
ଅର୍ଗସ ବ୍ୟୁରୋ: ଅସହ୍ୟ ଶୀତରେ ଥରୁଛି ସାରା ଓଡ଼ିଶା । ୪ ଡିଗ୍ରୀକୁ ଖସି ଆସିଲାଣି ପାରଦ । ରାଜଧାନୀ ଭୁବନେଶ୍ବରଠୁ ମୟୂରଭଞ୍ଜ, କନ୍ଧମାଳ ଯାଏଁ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ବେଳେ କିଛି ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଛି । ଆଜିପାଇଁ 4 ଜିଲ୍ଲା ଝାରସୁଗୁଡା, ଅନୁଗୁଳ, ଜଗତସିଂହପୁର ଓ ସୁନ୍ଦରଗଡ଼କୁ କୋଲ୍ଡ ୱେଭ ଆଲର୍ଟ କରାଯାଇଛି । ସାରା ରାଜ୍ୟରେ ଦୁଇ ଦିନ ଯାଏଁ ଘନକୁହୁଡି ଚେତାବନୀ ଦିଆଯାଇଛି । କନ୍ଧମାଳରେ ଘନ କୁହୁଡି ସାଙ୍ଗକୁ ପ୍ରବଳ ଯାଡରେ ଅସହ୍ୟ ହେଉଛି ଜନଜୀବନ। ଦୁଇରୁ ତିନିଦିନ ହେଲା କ୍ରମାଗତ ଭାବେ ଖସୁଛ ପାରଦ। ଗତକାଲି ଫୁଲବାଣୀର ସର୍ବନିମ୍ନ ତାପମାତ୍ରା 7 ଡିଗ୍ରୀ ଥିବାବେଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା 7.05 ଡିଗ୍ରୀ ଓ ଜି ଉଦୟଗିରିରେ 4.8 ଡିଗ୍ରୀ ତାପମାତ୍ରା ରହିଥିଲା । ଦାରିଙ୍ଗିବାଡ଼ିର କିଛି ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଛି। ସନ୍ଧ୍ୟା 8ଟାରୁ ତାପମାତ୍ରା ହ୍ରାସ ପାଉଥିବା ବେଳେ ଦିନଟା 9 ପର୍ଯ୍ୟନ୍ତ ଘନ କୁହୁଡ଼ିର ଆସ୍ତରଣ ରହୁଛି।