ଅର୍ଗସ ବ୍ୟୁରୋ: ଶିକାରୀଙ୍କୁ ଧରିବ ଏ ଆଇ କ୍ୟାମେରା। ଶିକାରୀଙ୍କ ଅସାମାଜିକ କାର୍ଯ୍ୟକଳାପ ଓ ଗତିବିଧିକୁ ନଜର ରଖିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଆଣିଛି ଏଆଇ କ୍ୟାମେରା। ବର୍ତମାନ ପାଇଲଟ ପ୍ରୋଜେକ୍ଟ ଭାବେ ଶିମିଳିପାଳ ଓ ରାଉରକେଲାରେ କ୍ୟାମେରା ଲଗାଯାଇଛି। ଏହି କ୍ୟାମେରା ଶିକାରୀଙ୍କ ଉପରେ ରଖୁଛି ତୀକ୍ଷ୍ଣ ନଜର । ଜଙ୍ଗଲ ଭିତରେ ଅସାମାଜିକ କାର୍ଯ୍ୟ ରୋକିବା ପାଇଁ ଏହି କ୍ୟାମେରା କାମ କରିବ। ଖୁବଶୀଘ୍ର ଦେବ୍ରିଗଡ ଓ ଅନ୍ୟ ଅଭୟାରଣ୍ୟରେ ବି କ୍ୟାମେରା ଲାଗିବ। ଏପରିକି ଜଙ୍ଗଲ ଅଞ୍ଚଳ ଦେଇ ଯାଇଥିବା ରେଳ ଲାଇନରେ ଅସାମାଜିକ ବ୍ୟକ୍ତିଙ୍କ ଗତିବିଧିକୁ ନଜର ରଖିବା ପାଇଁ ଏଆଇ କ୍ୟାମେରା ଲଗାଯିବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ।