ପରେ ଯୁବକ ଜଣକ ଅଚିହ୍ନା ମହିଳାଙ୍କ ଠାରୁ ଶିଶୁ କନ୍ୟାଟିକୁ ଉଦ୍ଧାର କରି ତାଙ୍କ ଘରେ ଛାଡିଥିଲେ । ଏହି ଘଟଣା ସାହିରେ ପ୍ରଚାରିତ ହେବା ଫଳରେ ଲୋକେ ମାନେ ଅଚିହ୍ନା ମହିଳାଙ୍କୁ ଅଟକ ରଖି ଥାନାକୁ ଖବର ଦେଇଥିଲେ ।ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଦିଗ୍ଧ ମହିଳାଙ୍କୁ ଗ୍ରାମବାସୀଙ୍କ ଠାରୁ ନେଇ ଥାନା ରଖିବା ସହିତ ଅଧିକ ତଦନ୍ତ କରୁଛି ।
ପିଲା ଚୋରୀ ସନ୍ଦେହରେ ମହିଳାଙ୍କୁ କାବୁ କଲେ ଗ୍ରାମବାସୀ

ଖୋର୍ଦ୍ଦା : ଖୋର୍ଦ୍ଦା ବୋଲଗଡ ଥାନା ବାଙ୍କୋଇ ଫାଣ୍ଡି ଅଞ୍ଚଳରେ ପିଲା ଚୋରୀ ସନ୍ଦେହରେ ମହିଳାଙ୍କୁ କାବୁ କଲେ ଗ୍ରାମବାସୀ । ୩ ବର୍ଷର ଶିଶୁ କନ୍ୟାଙ୍କୁ ଜଣେ ଅଜଣା ମହିଳା ଚୋରୀ କରି ନେଇଯାଉଥିବା ସନ୍ଦେହରେ ସଂପୃକ୍ତ ମହିଳାଙ୍କୁ ସ୍ଥାନୀୟ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି । ଉକ୍ତ ଗ୍ରାମର ନିଳକଣ୍ଠ ମହାରଣାଙ୍କ ୩ ବର୍ଷର ଶିଶୁ କନ୍ୟାକୁ ସାଥୀରେ ନେଇ ମହିଳା ଜଣଙ୍କ ସାହି ମୁଣ୍ଡରେ ପହଞ୍ଚି ଥିବାର ଜଣେ ଯୁବକ ଦେଖିଥିଲେ ।
Download Argus News App
