ଜାନୁଆରୀ ୨୦ ରେ ବଡଗଡ, ଜାନୁଆରୀ ୨୧ରେ ନୟାପଲ୍ଲୀ, ଜାନୁଆରୀ ୨୨ ରେ ଲିଙ୍ଗରାଜ ଓ ଜାନୁଆରୀ ୨୩ ରେ ଖାରବେଳ ନଗରରେ ହୋଇଥିଲା ଲୁଟ୍ । ଯାହାକୁ ନେଇ ପୋଲିସ ଷ୍ଟେସନରେ ଅଭିଯୋଗ ମଧ୍ୟ ହୋଇଥିଲା । ଏନେଇ ପୋଲିସ ଜୋରଦାର ଖୋଳତାଡ ଆରମ୍ଭ କରିଥିବାବେଳେ ୪ ଜଣ ଚୋରଙ୍କୁ କାବୁ କରିଛି ।
ସମସ୍ତେ ପେସାଦାର ଅପରାଧୀ, କିନ୍ତୁ ରଙ୍ଗ ମିସ୍ତ୍ରୀ ଭାବେ କାମ କରନ୍ତି । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ଥିବା ଲଜରେ ଗତ କିଛି ଦିନ ରହି ଆସୁଥଲେ । ଏମାନେ ବ୍ରହ୍ମପୁରରେ ସମାନ ଢଙ୍ଗରେ ଲୁଟ୍ ପାଟ୍ କରିଛନ୍ତି । କଟକରେ ଲୁଟ୍ କରିବା ପାଇଁ ଯାଉଥିବା ବେଳେ ଭୁବନେଶ୍ୱର ସ୍ପେସିଆଲ ସ୍କ୍ୱାର୍ଡ ଦ୍ୱାରା ଗିରଫ ହୋଇଛନ୍ତି । କରୋନା ବେଳେ କାମ ପାଉ ନଥିବାବେଳେ ଲୁଟ୍ କରି ପେଟ ପୋଷିବା ପାଇଁ ଅଭିନବ ପନ୍ଥା ଆପଣାଉଥିଲେ । ନୟାପଲ୍ଲୀ ମେଡିସିନ ଷ୍ଟୋରରୁ ହରଲିକ୍ସ କିଣିବା ବାହାନାରେ ଏହି ୪ ଜଣ ଅଭିଯୁକ୍ତ ଚୋରି କରିଥିଲେ ।
ଚୋରି କରିବା ପୂର୍ବରୁ ଲଜରେ ଠାକୁରଙ୍କୁ ପୂଜା କରି ରସଗୋଲା ଭୋଗ ଲଗାଉଥିଲେ । ତା’ ପରେ ଚୋରି କରିବାକୁ ଯାଉଥିଲେ । ତେବେ ପୋଲିସ କମିଶନର ଖାସ କରି ବ୍ୟବସାୟୀମାନଙ୍କୁ ନିବେଦନ କରିଛନ୍ତି ଯେ, ଭୟବିତ ହେବାର ନାହିଁ । ପୋଲିସ ସବୁବେଳେ ଲୋକଙ୍କ ସେବାରେ ଅଛି ।